Masthead

ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିବା ପରେ ହେବ ଦମଦାର ଫାଇଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନୀତି ମଇଦାନରେ ଚାଲିଛି ଝାଳବୁହା କସରତ । ପରକ୍ଷୀ ନିରିକ୍ଷୀ ଦଳ ଦଊଛି ପ୍ରାର୍ଥୀ । କିଏ କେଉଁଠୁ ଲଢିବ ପର୍ଯ୍ୟାୟ କ୍ରମେ ଜାରି ହେଉଛି ପ୍ରାର୍ଥୀ ତାଲିକା। ପ୍ରଥମେ ବିଜେପି ପରେ ବିଜେଡି ଆଉ ଗତକାଲି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ସରଗରମ ହୋଇଛି ରାଜନୀତି। ପୂର୍ବରୁ ବିଜେପି ସମସ୍ତ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଗତକାଲି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ଅବଶିଷ୍ଟ ୩୫ ବିଧାନସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେଡି ପୂର୍ବରୁ ୧୫ ଲୋକସଭା ଏବଂ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ୬ ଟି ଲୋକସଭା ଏବଂ ବିଧାନସଭା ଲାଗି ବଳକା ୭୫ ସିଟରେ ବିଜେଡି କେବେ ପ୍ରାର୍ଥୀ ଦେଉଛି ତା ଉପରେ ନଜର ରହିଛି। ସେହପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସହଯୋଗ ଜେଏମଏମକୁ ଗୋଟିଏ ଓ ସିପିଏମକୁ ଗୋଟିଏ ସିଟ୍ ଛାଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?