Before Header

ରାତିରେ ରୋଡ ‘ସୋ’

0 1,025

ରାଇଘର (ବଡ଼ ଖବର ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନସାଧାରଣ ଖରାରେ ଆଉଟୁ ପାଉଟୁ ହେଉଥିବା ବେଳେ ଏଥିରେ ବାଦ ପଡିନାହାନ୍ତି ନେତା। ନିର୍ବାଚନ ଆଉ କିଛି ଦିନ ରହିଥିବା ବେଳେ ପ୍ରବଳ ଖରା ଯୋଗୁଁ ଦିନ ସମୟରେ ଅଧିକାଂଶ ଦଳର କର୍ମୀ ଓ ନେତା ପ୍ରଚାର ମୈଦାନକୁ ଓହ୍ଲାଇ ପାରୁନାହାନ୍ତି । ଏହି କାରଣରୁ ଏବେ ନେତା ଓ କର୍ମୀ ଦିନ ପରିବର୍ତ୍ତେ ରାତିରେ ପ୍ରଚାର କରିବାକୁ ଅଧିକା ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ନେତାଙ୍କ ପାଇଁ ଭୋଟରଙ୍କୁ ଯେପରି କିଛି ଅସୁବିଧା ହେବନି ସେଥିପାଇଁ ରାତ୍ରି ପ୍ରଚାରକୁ ଗୁରୁତ୍ଵ ଦେଉଛନ୍ତି ।

ଉମରକୋଟ ନିର୍ବାଚନମଣ୍ଡଳିରେ ବିଜୁ ଜନତା ଦଳ ଆରମ୍ଭ କରିଛି ନିଜର ରାତ୍ରି ପ୍ରଚାର କାର୍ଯ୍ୟକ୍ରମ । ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଉମରକୋଟ ନିର୍ବାଚନମଣ୍ଡଳିର ବିଧାୟିକା ପ୍ରାର୍ଥୀନୀ ନବୀନା ନାୟକ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଉମରକୋଟ ସହର ପରିକ୍ରମା କରି ପୌର ପରିଷଦ ବିଭିନ୍ନ ୱାର୍ଡକୁ ଯାଇ ପ୍ରଚାର କରିଥିଲେ।

Leave A Reply

Your email address will not be published.