କ୍ଷମତାକୁ ଆସିଲେ କମ୍ ଦାମରେ ମିଳିବ ମଦ

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ନିର୍ବାଚନ । ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏହାରି ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ କମ୍ ଦାମରେ ଦେବେ କ୍ୱାଲିଟି ମଦ । ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଙ୍କାରୁ ୨୦୦ ଟଙ୍କା ହୋଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି ।

ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବେ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଂଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରରେ ମଦ କାରବାର ବେଳେ ଦୁର୍ନୀତି ହେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆନ୍ଧ୍ର ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ