କୋଲକାତାକୁ ୭ ୱିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ କୋଲକାତାକୁ ୭ୱିକେଟରେ ହରାଇଲା ଚେନ୍ନାଇ । ସୋମବାର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂରେ କୋଲକାତା ନାଇଟ୍ ରାଇଡର୍ସ ଚିତ୍ ପଟାଙ୍ଗ ମାରିଛି। ଚଳିତ ଆଇପିଏଲ୍‌ରେ ଶ୍ରେୟସ ଆୟରଙ୍କ ଦଳ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ବିଜୟୀ ହୋଇ ନିଜ ପୁରୁଣା ଫର୍ମ ଫେରିପାଇଛି। ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଛି। ସୋମବାର ଚେନ୍ନାଇ ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି କୋଲକାତା ମାତ୍ର ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଚେନ୍ନାଇ ୧୭.୪ ଓଭରରେ ଅର୍ଜନ କରି ନେଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାଡ୍ ୫୮ ବଲ୍‌ରୁ ୬୭ଞ୍ଚରନ୍‌ର ପାଳି ଖେଳି ଚେନ୍ନାଇ ପଶ୍ଚାତ୍‌ଧାବନକୁ ସଫଳ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡାରିଲ ମିଚେଲ ୨୫ ଓ ଇମ୍ପାକ୍ଟ ପ୍ଲେୟାର ଶିବମ ଦୁବେ ୨୮ ରନ୍‌ର ଉପଯୋଗୀ ଅବଦାନ ରଖିଥିଲେ। ଟସ ଜିତି ଚେନ୍ନାଇ ଟିମ୍ ପ୍ରଥମେ କେକେଆର୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରବୀନ୍ଦ୍ର ଜାଡ଼େଜା (୩/୧୮)ଙ୍କ ନେତୃତ୍ବରେ ଘରୋଇ ବୋଲରମାନେ ମଧ୍ୟ ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲେ। ଏପରିକି ସିଏସ୍‌କେ ବୋଲର୍‌ଙ୍କ ଚମକରେ କେକେଆର୍‌ର ଦୁର୍ଦ୍ଧର୍ଷ ବ୍ୟାଟିଂ ବାହିନୀ ଯେମିତି ପୂରା ଫିକା ପଡ଼ି ଯାଇଥିଲା। ପ୍ରଥମ ବଲ୍‌ରେ ତୁଷାର ଦେଶପାଣ୍ଡେ (୩/୩୩) ଫିଲ୍ ସଲ୍ଟଙ୍କୁ ଆଉଟ୍ କରି ଦେଇଥିବା ଜବରଦସ୍ତ ଝଟ୍‌କାରୁ ଶେଷ ପର୍ୟ୍ୟନ୍ତ ମୁକୁଳି ପାରି ନଥିଲା କେକେଆର୍।

ସେହିଭଳି ଜାଡେଡ଼ା ଗୋଟିଏ ଓଭରରେ ସୁନୀଲ ନାରାୟଣ ଓ ଅଙ୍ଗକ୍ରିସ୍ ରଘୁବଂଶୀଙ୍କୁ ଆଉଟ୍ କରିବା ମଧ୍ୟ ଏହି ଦଳକୁ ଅଡ଼ୁଆରେ ପକାଇଥିଲା। ସିଏସ୍‌କେ ବୋଲରଙ୍କ ମାପଚୁପ ବୋଲିଂ ପାଇଁ ରିଙ୍କୁ ସିଂହ, ଭେଙ୍କଟେଶ ଆୟର ଓ ଆନ୍ଦ୍ରେ ରସେଲ କେହି ବି ହାତଖୋଲା ସଟ୍ ଖେଳି ପାରି ନଥିଲେ। ଶାଣିତ ବୋଲିଂ କରି ମୁସ୍ତାଫିଜୁର ରହମାନ (୨/୨୨) ପ୍ରତିପକ୍ଷ ଅଧିନାୟକ ତଥା କେକେଆର୍ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ‌ସ୍କୋର କରିଥିବା ଶ୍ରେୟସ୍ ଆୟରଙ୍କୁ ଠିକଣା ସମୟରେ ପ୍ୟାଭିଲିୟନ୍ ଫେରାଇ ଦେବା ସିଏସ୍‌କେକୁ ଦୃଢ଼ କରିଥିଲା। ଅନ୍ୟପକ୍ଷରେ କେକେଆର୍‌ର ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଦେଇଥିଲେ। ବୋଲିଂ ଚମକ ସହ ଜାଡ଼େଜା ମଧ୍ୟ ଆଇପିଏଲ୍‌ରେ ୧୦୦ କ୍ୟାଚ୍ ନେବାର ମାଇଲ୍‌ଖୁଣ୍ଟ ଛୁଇଁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ