Masthead

ଇଡି ସାମ୍ନାରେ ହାଜର ହେବାକୁ ମନା କଲେ ମମତା ବାନାର୍ଜୀଙ୍କ ବୋହୂ ରୁଜିରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତି ଉପରେ । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ଇଡି ସାମ୍ନାରେ ହାଜର ହେବା ପାଇଁ ମନା କରିଦେଇଛନ୍ତି । ରୁଜିରା କହିଛନ୍ତି, ସେ ଦିଲ୍ଲୀ ଆସିପାରିବେ ନାହିଁ । ଇଡି କୋଲିକତା ସ୍ଥିତ ବାସଭବନରେ ମନି ଲଣ୍ଡରିଂ ସମ୍ପର୍କରେ ପଚରା ଉଚରା କରୁ ବୋଲି ସେ କହିଛନ୍ତି ।

ଏହା ସହ ତାଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି । କରୋନା ସମୟରେ ଛୋଟ ପିଲାଙ୍କୁ ନେଇ ଦିଲ୍ଲୀ ଯିବା ବିପଦରୁ ମୁକ୍ତ ନୁହେଁ । ତେଣୁ ତାଙ୍କୁ କୋଲକାତାରେ ହିଁ ପଚରାଉଚରା କରାଯାଉ ବୋଲି ରୁଜିରା କହିଛନ୍ତି । ଅପରପକ୍ଷେ ମମତା ବାନାର୍ଜୀଙ୍କ ଭଣଜା ଏବଂ ତାଙ୍କ ପତ୍ନୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ରୁଜିରା ବାନାର୍ଜୀଙ୍କୁ ଆଜି ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା ।

ସେହିପରି ତାଙ୍କ ସ୍ୱାମୀ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର ୬ ତାରିଖରେ ପଚରାଉଚରା ପାଇଁ ଇଡି ଅଫିସକୁ ଡକାଯାଇଛି । ଅଭିଷେକ ବାନାର୍ଜୀ ଲୋକସଭାରେ ହୀରାଖଣ୍ଡ ହାରବର ଆସନରୁୁ ପ୍ରତିନିଧିତ୍ୱ କରିବା ସହ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଛନ୍ତି । ଅନ୍ୟପଟେ ନଭେମ୍ବର ୨୦୨୦ ମସିହାରେ ଏକ ପ୍ରାଥମିକ ଅନୁସନ୍ଧାନ କଲା ପରେ ପିଏମଏଲଏରେ ଏହି ମାମଲାକୁ ରୁଜୁ କରାଯାଇଥିଲା । ସେହିପରି ସିବିଆଇର ଅନୁସନ୍ଧାନକ୍ରମେ ଆସାମସୋଳ, କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ଇଷ୍ଟର୍ଣ୍ଣ କୋଏଲଫିଲ୍ଡସ ଲିମିଟେଡର ଖଣି ସହ ଜଡିତ ବହୁ କୋଟି କୋଇଲା ଚୋରି ସ୍କାମର ଅଭିଯୋଗ କରାଯାଇଛି ।

ତେବେ ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ନିଜର କମ୍ପାନୀ ଗୁଡିକରୁ କୋଇଲା ଦୁର୍ନୀତିରେ ସମ୍ପୃକ୍ତ ଥିବା କମ୍ପାନୀ ଗୁଡିକକୁ ଫଣ୍ଡ ଟ୍ରାନ୍ସଫର କରିବାରେ ସାହାଯ୍ୟ କାରୁଥିଲେ । ଏହି ମାମଲାରେ ଅନୂପ ମାଝୀ ମୁଖ୍ୟ ସନ୍ଦିଗ୍ଧ ଅଟନ୍ତି ବୋଲି ସୂଚନା ମିଳିଛି । ଏହା ସହ ଅଭିଷେକ ବାନାର୍ଜୀ ଏହି ବେଆଇନ ବ୍ୟବସାୟୀରୁ ମିଳୁଥିବା ଅର୍ଥର ଭାଗିଦାରୀ ଅଛନ୍ତି ବୋଲି ପୂର୍ବରୁ ଇଡି ଦାବି କରିଆସୁଥିଲା । କିନ୍ତୁ ଅଭିଷେକ ବାନାର୍ଜୀ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ