Masthead

ଶେଷ ଓଭରରେ ପଞ୍ଜାବ କିଙ୍ଗସକୁ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଶେଷ ଓଭରରେ ହାଇଦ୍ରାବାଦର ରୋମାଞ୍ଚ ବିଜୟ । ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ଘମାଘୋଟ ଲଢ଼େଇ ହୋଇଥିଲା । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । କିନ୍ତୁ ଶେଷ ବଲ୍ ଯାଏ ଲଢି ମ୍ୟାଚକୁ ନିଜ ହାତ ମୁଠାକୁ ଆଣିଥିଲା ହାଇଦ୍ରାବାଦ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ପାଇଁ ହେଡ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଅଭିଷେକ ଶର୍ମା ୧୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏଡେନ ମାର୍କରମ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ହେଡ ଓ ମାର୍କରମଙ୍କୁ ଅର୍ଶଦୀପ ଓ ଅଭିଷେକ ଶର୍ମା ଇଂଲିଶ ଖେଳାଳି ସାମ କୁରାନଙ୍କ ଶିକାର ବନିଥିଲେ। ୩୯ ରନରେ ୩ ୱିକେଟ ହରାଇଥିବା ହାଇଦ୍ରାବାଦକୁ ନୀତୀଶ କୁମାର ଓ ହେଡ୍‌ଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ରାହୁଲ ତ୍ରିପାଠୀ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାହୁଲ କେବଳ ୧୧ ରନ କରି ପାରି ଥିଲେ।

ବିସ୍ଫୋରକ ହେନରିଚ କ୍ଲାସେନ ଆଜି ୯ ରନ କରିଛନ୍ତି। ଉଭୟଙ୍କୁ ହର୍ଷଲ ପଟେଲ ଆଉଟ କରି ହାଇଦ୍ରାବାଦର ରନ ସଂଗ୍ରହୟହାରରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନୀତୀଶ କୁମାର ଓ ସାମଦ ନିଜର ଜଲୱା ଦେଖାଇଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନୀତୀଶ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୫୦ ଥିବା ବେଳେ ପ୍ରଥମେ ସାମଦ(୨୫) ଅର୍ଶଦୀପଙ୍କ ବଲରେ ଆଉ ହୋଇଥିଲେ। ଆଉ ୧ ରନ ପରେ ନୀତୀଶ (୬୪)ଙ୍କୁ ଆଉଟ କରି ସେହି ଅର୍ଶଦୀପ ହାଇଦ୍ରାବାଦକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ତେବେ ଆଉଟ ହେବା ପୂର୍ବ ସେ ୩୭ ବଲରେ ୫ ଛକା ଓ ୪ଟି ଚୌକା ବଳରେ ୬୪ ରନ କରିଥିଲେ। ଅଧିନାୟକ ପ୍ୟାଟ କମିନ୍ସ କେବଳ ୩ ରନ କରିଛନ୍ତି। ଭୁବନେଶ୍ୱର କୁମାର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। ଶେହବାଜ ଅହମଦ ୭ ବଲରେ ଅପରାଜିତ ୧୪ ଓ ଶେଷ ବଲରେ ଜୟଦେବ ଉନାଦକତ ୬ ମାରିବାରୁ ହାଇଦ୍ରାବାଦ ୯ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି