Masthead

‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନିରେ କମ୍ପିଲା ପିପିଲି

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପିପିଲି ନିର୍ବାଚନମଣ୍ଡଳୀକୁ ବିଜେଡିର ଗଡରେ ପରିଣତ କରିଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁରେ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତା ଭାଙ୍ଗି ପଡିଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ଓ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପରେ ପିପିଲି ଅଭିମୁଖେ ବାହାରିଥିଲା ଶବ ଶୋଭାଯାତ୍ରା । ସାମିଲ ହୋଇଥିଲେ ବହୁ ମନ୍ତ୍ରୀ, ବିଧାୟକ ଓ ବିଜେଡି କର୍ମୀ । ‘ପ୍ରଦୀପ ମହାରଥୀ ଅମର ରହେ’ ଧ୍ୱନୀରେ କମ୍ପିଥିଲା ରାଜଧାନୀ ରାଜରାସ୍ତା । ଶୋଭାଯାତ୍ରା ପିପିଲିର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳୀୟକର୍ମୀମାନେ ଶେଷ ଦର୍ଶନ କରିଥିଲେ । ଶହ ଶହ ବିଜେଡି କର୍ମୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କର ପ୍ରିୟନେତା ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶୋଭାଯାତ୍ରାରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ ।

ରାସ୍ତାର ଉଭୟ ପାଖରେ ଠିଆହୋଇଥିବା ଶହ ଶହ ନରନାରୀଙ୍କ ଅଖି ଲୁହରେ ଛଳଛଳ ହୋଇଯାଇଥିଲା । ପିପିଲି ବଜାର ପରିକ୍ରମା କରିବା ପରେ ହାଟବଜାର ଦେଇ ଶୋଭାଯାତ୍ରା ପହଞ୍ଚିଥିଲା ମହାରଥୀଙ୍କ ପୈତୃକ ଘର ଭାରତୀପୁର ଅଭିମୁଖେ । ସେଠାରେ ସ୍ୱର୍ଗରଥ କିଛି ସମୟ ରହିବା ପରେ ପହଞ୍ଚିଥିଲା ଭାରତୀପୁର ପଞ୍ଚାୟତ କାର୍ଯ୍ୟାଳୟରେ । ସେଠାରେ ନେତା ଓ କର୍ମୀମାନେ ଭାବବିହ୍ୱଳ ହୋଇ ତାଙ୍କ ପ୍ରିୟନେତାଙ୍କୁ ଦେଇଥିଲେ ଅନ୍ତିମ ବିଦାୟ । ସେଠାରୁ ଶବ ଶୋଭାଯାତ୍ରା ବାହାରିଥିଲା ହୁଙ୍କେଇପୁରସ୍ଥିତ ମହାରଥୀଙ୍କ ଫାର୍ମହାଉସକୁ । ଉପସ୍ଥିତ ନେତା,କର୍ମୀ ଓ ଆତ୍ମୀୟସ୍ୱଜନମାନେ ଭାବବିହ୍ୱଳ ହୋଇପଡିଥିଲେ । ସେମାନେ ମଧ୍ୟ ଶେଷଦର୍ଶନ କରି ଦେଇଥିଲେ ଅଶ୍ରୁଳ ବିଦାୟ । ଫାର୍ମହାଉସରୁ ବାହାରିଥିବା ଶବ ଶୋଭାଯାତ୍ରା ପହଞ୍ଚିଥିଲା ଦାଣ୍ଡମୁକୁନ୍ଦପୁର ଛକରେ । ସମବେତ ଜନତାଙ୍କ ‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନିରେ କମ୍ଫିଥିଲା ଛକ । ପ୍ରିୟନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ଉପସ୍ଥିତ ଜନତା । ପରେ ସ୍ୱର୍ଗରଥ ବାହାରିଥିଲା ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ