Masthead

‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନିରେ କମ୍ପିଲା ପିପିଲି

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପିପିଲି ନିର୍ବାଚନମଣ୍ଡଳୀକୁ ବିଜେଡିର ଗଡରେ ପରିଣତ କରିଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁରେ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତା ଭାଙ୍ଗି ପଡିଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ଓ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପରେ ପିପିଲି ଅଭିମୁଖେ ବାହାରିଥିଲା ଶବ ଶୋଭାଯାତ୍ରା । ସାମିଲ ହୋଇଥିଲେ ବହୁ ମନ୍ତ୍ରୀ, ବିଧାୟକ ଓ ବିଜେଡି କର୍ମୀ । ‘ପ୍ରଦୀପ ମହାରଥୀ ଅମର ରହେ’ ଧ୍ୱନୀରେ କମ୍ପିଥିଲା ରାଜଧାନୀ ରାଜରାସ୍ତା । ଶୋଭାଯାତ୍ରା ପିପିଲିର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଳୀୟକର୍ମୀମାନେ ଶେଷ ଦର୍ଶନ କରିଥିଲେ । ଶହ ଶହ ବିଜେଡି କର୍ମୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କର ପ୍ରିୟନେତା ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶୋଭାଯାତ୍ରାରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ ।

ରାସ୍ତାର ଉଭୟ ପାଖରେ ଠିଆହୋଇଥିବା ଶହ ଶହ ନରନାରୀଙ୍କ ଅଖି ଲୁହରେ ଛଳଛଳ ହୋଇଯାଇଥିଲା । ପିପିଲି ବଜାର ପରିକ୍ରମା କରିବା ପରେ ହାଟବଜାର ଦେଇ ଶୋଭାଯାତ୍ରା ପହଞ୍ଚିଥିଲା ମହାରଥୀଙ୍କ ପୈତୃକ ଘର ଭାରତୀପୁର ଅଭିମୁଖେ । ସେଠାରେ ସ୍ୱର୍ଗରଥ କିଛି ସମୟ ରହିବା ପରେ ପହଞ୍ଚିଥିଲା ଭାରତୀପୁର ପଞ୍ଚାୟତ କାର୍ଯ୍ୟାଳୟରେ । ସେଠାରେ ନେତା ଓ କର୍ମୀମାନେ ଭାବବିହ୍ୱଳ ହୋଇ ତାଙ୍କ ପ୍ରିୟନେତାଙ୍କୁ ଦେଇଥିଲେ ଅନ୍ତିମ ବିଦାୟ । ସେଠାରୁ ଶବ ଶୋଭାଯାତ୍ରା ବାହାରିଥିଲା ହୁଙ୍କେଇପୁରସ୍ଥିତ ମହାରଥୀଙ୍କ ଫାର୍ମହାଉସକୁ । ଉପସ୍ଥିତ ନେତା,କର୍ମୀ ଓ ଆତ୍ମୀୟସ୍ୱଜନମାନେ ଭାବବିହ୍ୱଳ ହୋଇପଡିଥିଲେ । ସେମାନେ ମଧ୍ୟ ଶେଷଦର୍ଶନ କରି ଦେଇଥିଲେ ଅଶ୍ରୁଳ ବିଦାୟ । ଫାର୍ମହାଉସରୁ ବାହାରିଥିବା ଶବ ଶୋଭାଯାତ୍ରା ପହଞ୍ଚିଥିଲା ଦାଣ୍ଡମୁକୁନ୍ଦପୁର ଛକରେ । ସମବେତ ଜନତାଙ୍କ ‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନିରେ କମ୍ଫିଥିଲା ଛକ । ପ୍ରିୟନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ଉପସ୍ଥିତ ଜନତା । ପରେ ସ୍ୱର୍ଗରଥ ବାହାରିଥିଲା ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI