Masthead

ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଏହି ଅଞ୍ଚଳରେ ଜଣେ ଭାଜପା ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଜଣେ ଝିଅଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗର ବିଜେପି ପ୍ରାର୍ଥୀ ଖଗେନ ମୁର୍ମୁ। ସେ ମାଲଦା ଭତ୍ତର ଆସନରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତେବେ ନିଜ ନିର୍ବାଚନ ମଣ୍ଡଳି ମାଲଦାର ଚଞ୍ଚଲ ସିହିପୁର ଗାଁରେ ସେ ପ୍ରଚାର କରିବା ବେଳେ ଜଣେ ଯୁବତୀଙ୍କ ଗାଲକୁ ସର୍ବସମ୍ମୁଖରେ କିସ୍‌ କରିଦେଇଛନ୍ତି। ଯୁବତୀଙ୍କ ବାପା-ମା’ ପାଖରେ ଥିଲେ ମଧ୍ୟ ସେ ଏହାକୁ ଖାତିର କରିନାହାନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ପରେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି।

ଏହି ଫଟୋକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି ତୃଣମୂଳ କଂଗ୍ରେସ। ଟିଏମସି ଏହାକୁ ବଙ୍ଗୀୟ ସଂସ୍କୃତି ପାଇଁ ଏକ ନିନ୍ଦନୀୟ ଘଟଣା ବୋଲି କହିଛି।ଏନେଇ ମୁର୍ମୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ‘ଫଟୋଗ୍ରାଫକୁ ବିକୃତ କରି ଦଳ ତଥା ବ୍ୟକ୍ତିବିଶେଷଙ୍କୁ ବଦନାମ କରାଯାଉଛି । ଏହି ଘଟଣା ପରେ ମାଲଦା ସାଇବର କ୍ରାଇମ ପୋଲିସ ଷ୍ଟେସନରେ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ ଦାଖଲ କରାଯିବ ।

ସେହି ମହିଳା ଜଣକ ମୋ ଝିଅ ପରି ଏବଂ ନିଜ ଝିଅଙ୍କୁ ଚୁମ୍ବନ ଦେବା ଭୁଲ ନୁହେଁ। ସେପଟେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଉକ୍ତ ମହିଳାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ‘ଯେଉଁ ସମୟରେ ଏହି ଘଟଣା ଘଟିଛି ସେହି ସମୟରେ ମୋ ବାପା-ମା’ ମଧ୍ୟ ଉପସ୍ଥିତ ଥିଲେ । ମୁର୍ମୁ ବାବୁ ଆମର ସମ୍ପର୍କୀୟ । ସେ ପିଲାଦିନରୁ ମୋତେ ଦେଖିଛନ୍ତି ଏବଂ ମୋତେ ଝିଅ ଭଳି ଭଲ ପାଆନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି