Masthead

ଓଡ଼ିଆ ପୁଅଙ୍କ ଆବିଷ୍କାର: କରୋନାରୁ ବଞ୍ଚାଇବ ଏହି ମେସିନ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ । ଏହାର ଟିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଦେଶ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ତେବେ ଟିକା ନ ଆସିବା ପର୍ଯ୍ୟନ୍ତ ମାସ୍କ ଓ ସାନିଟାଇଜର ନିୟମିତ ବ୍ୟବହାର କରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । ଏଭଳି ସମୟରେ କଣ୍ଟାକ୍ଟଲେସ ସ୍ମାର୍ଟ କୋଭିଡ ସେଫଟି କିଓସ୍କ ମେସିନ ତିଆରି କରିଛନ୍ତି ଓଡ଼ିଶାର ଲାୟନ୍ସମିଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସଞ୍ଜୀବ ରାଉତ । ଓଡ଼ିଶାରେ ପ୍ରଥମ କରି ଏହି ମେସିନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସଞ୍ଜୀବ ।

ଏହି ମେସିନର ସବୁଠାରୁ ଭଲ ଉପାଦେୟତା ହେଉଛି, ଏହା ସ୍ୱୟଂଚାଳିତ । ଏହା ଲୋକଙ୍କ ଶରୀରର ତାପମାତ୍ରା ମାପିବା ସହ ଲୋକଙ୍କୁ ସାନିଟାଇଜ ମଧ୍ୟ କରୁଛି । ବିଭିନ୍ନ ମଲ୍ ଓ ଅଫିସରେ ପ୍ରବେଶ କଲେ ଜଣେ ବ୍ୟକ୍ତିବିଶେଷ ଶରୀରର ତାପମାତ୍ରା ମାପିବା ସହ ସାନିଟାଇଜ ମଧ୍ୟ କରୁଛନ୍ତି । ଏହା ଫଳରେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଲୋକମାନେ ଆସୁଥିବାରୁ କୋଭିଡ ସଂକ୍ରମଣର ଭୟ ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ସଞ୍ଜୀବ ଓ ତାଙ୍କ ସହଯୋଗୀ ଏହି ମେସିନ ତିଆରି କରିଛନ୍ତି ।

କେବଳ ଏତିକି ନୁହେଁ ଏହି ମେସିନ ଲୋକମାନଙ୍କୁ କରୋନା ସଚେତନତା ବାର୍ତ୍ତା ମଧ୍ୟ ଦେଉଛି । ଏହାସହିତ ମାସ୍ମ ପିନ୍ଧି ନ ଥିବା ଲୋକଙ୍କୁ ମାସ୍ମ ପିନ୍ଧିବା ପାଇଁ ପରାମର୍ଶ ମଧ୍ୟ ଦେଉଛି । ଏହି ମେସିନ ଲଗାଇଥିବା କମ୍ପାନୀ କିମ୍ବା ଅନୁଷ୍ଠାନ ଏହା ଦ୍ୱାରା ନିଜର ବିଜ୍ଞାପନ କରିବା ସହ ନିଜ କର୍ମଚାରୀଙ୍କ ଉପସ୍ଥିତି ମଧ୍ୟ ରଖିପାରିବେ । ଏହି ମେସିନର ଦାମ ୬୦ରୁ ୭୦ ହଜାର ମଧ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ