Masthead

ପ୍ରେମିକାକୁ ମାରି ଦେଇ ଗଛରେ ଝୁଲେଇ ଦେଲା ପ୍ରେମିକ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ଲଭ୍ ସେକ୍ସ୍ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଲା ପ୍ରେମିକ । ପ୍ରେମିକା ଗର୍ଭବତୀ ହେବା ନେଇ ଜାଣିବା ପରେ ତାକୁ ଘରୁ ଡାକି ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ପ୍ରେମିକ । ଗତ ମଙ୍ଗଳବାର ବଡ଼ବିଲ ଥାନା ସୋୟାବାଲି ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରି ବଡ଼ବିଲ ପୋଲିସ୍ ଏହି ସୂଚନା ଦେଇଛି । ମୃତଦେହ ଚିହ୍ନଟ ହେବା ପରେ ପୋଲିସ୍ ଘଟଣାର ରହସ୍ୟ ଉନ୍ମୋଚନ କରିବା ସହ ହତ୍ୟାକାରୀ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି ।

ଅଭିଯୁକ୍ତ ସତ୍ୟବାନକୁ ଧରି ପୂରା ଘଟଣାର ସିନ୍ ରିକ୍ରିଏସନ କରିଛି ବଡ଼ବିଲ ପୋଲିସ୍ । ପୂରା ଘଟଣା ଏହିପରି ଥିଲା । ମୃତ ଯୁବତୀ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା ଥାନା ବଡ଼ଇନ୍ଦପୁର ଗ୍ରାମର ପୁରୁଷୋତ୍ତମ ପଲେଇଙ୍କ ୨୦ବର୍ଷର ଝିଅ ମମତା ପଲେଇ । ଆଉ ଗିରଫ ଅଭିଯୁକ୍ତ ହେଲେ ଚମ୍ପୁଆ ଥାନା ରଜିଆ ଅଞ୍ଚଳର ସତ୍ୟବାନ ବେହେରା । ସତ୍ୟବାନ ପୂର୍ବରୁ ବିବାହିତ । ସେ ଏକ ଘରୋଇ ଖଣି ସଂସ୍ଥାରେ ଡ୍ରାଇଭର ଭାବେ କାମ କରୁଥିଲା ଏବଂ ବଡ଼ବିଲ ବସ୍ତି ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହି ଆସୁଥିଲା । ଅନେକ ସମୟରେ ସେ କାମରେ ବଡ଼ଇନ୍ଦପୁର ଯିବା ଆସିବା କରିବା ଭିତରେ ମମତାଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ବିବାହର ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ପରେ ଅନ୍ତସତ୍ୱା ହୋଇଥିଲେ ମମତା । ଇତି ମଧ୍ୟରେ ଦୁଇମାସ ବିତିଯାଇଥିଲା। ବିବାହ ପାଇଁ ଜିଦ୍ ଧରି ବସିଥିଲେ ମମତା । କିନ୍ତୁ ଅଭିଯୁକ୍ତ ସତ୍ୟବାନର ଉଦ୍ଦେଶ୍ୟ ଆଉ କିଛି ରହିଥିଲା । ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ବିଲ ମହାନ୍ତ ବସ୍ତିର ଜଣେ ବନ୍ଧୁଙ୍କ ବାଇକ୍ ମାଗି ବଡ଼ଇନ୍ଦପୁର ଯାଇ ସେଠାରୁ ବିବାହ କରିବା କଥାଦେଇ ମମତାକୁ ସାଥିରେ ନେଇ ବଡ଼ବିଲ ଆସିଥିଲେ । ବିଳମ୍ବିତ ରାତିରେ ବଡ଼ବିଲ ସାନ୍ତବାହାଳ ଠାରେ ଥିବା ଶିବ ମନ୍ଦିରକୁ ଉଭୟ ଯାଇଥିଲେ । ତେବେ ମନ୍ଦିର ବନ୍ଦ ଥିବା ଫଳରେ ଉଭୟ ମନ୍ଦିର ବାହାରେ ହିଁ ରାତି କାଟିଥିଲେ ।

ପରଦିନ ଅର୍ଥାତ୍ ୬ ତାରିଖ ସକାଳ ପ୍ରାୟ ୬ ଟା ସମୟରେ ସେ ବନ୍ଧୁଙ୍କ ଠାରୁ ନେଇଥିବା ବାଇକ୍ ଫେରାଇବା ପରେ ଉଭୟ ଚାଲିଚାଲି ସୟାବାଲି ଜଟେଶ୍ୱର ମନ୍ଦିରକୁ ଯାଉଥିଲେ । ମାତ୍ର ଜଟେଶ୍ୱର ମନ୍ଦିରକୁ ପହଞ୍ଚିବା ପୂର୍ବରୁ ବାମପଟେ ଥିବା ଏକ ନିଛାଟିଆ ବାଟରେ ମମତାକୁ ନେଇଯାଇଥିଲା ସତ୍ୟବାନ । ଆଉ ତା’ ପରେ ନିର୍ମମ ଭାବରେ ମମତାର ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା କରିସାରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ମମତା ଦେହରେ ପଡ଼ିଥିବା ଚୁନରୀକୁ ତା’ର ବେକରେ ବାନ୍ଧି ଗଛରେ ଝୁଲାଇ ଦେଇ ସେଠାରୁ ପଳାଇଥିଲା । ଏ ସଂକ୍ରାନ୍ତରେ ବଡ଼ବିଲ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସତ୍ୟବାନ ବେହେରାକୁ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି