ବିଜେପିରେ ମିଶିଲେ ଶତାଧିକ କର୍ମୀ

ବଡଚଣା (ବଡ଼ ଖବର ବ୍ୟୁରୋ): ବଡଚଣା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରିନଥିବା ବେଳେ ବିଜେପି ଅମର ନାୟକଙ୍କୁ ଚୟନ କରିଛି। ବିଜେପି ପ୍ରାର୍ଥୀ ଅମର ନାୟକ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମିଶାଣ ଫେଡାଣ ରାଜନୀତିରେ ବଳି ପଡୁଛି ବିଜେଡି ଓ କଂଗ୍ରେସ। ଦୈନିକ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପି ନେତା ଅମର ନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶି ଶ୍ରୀ ନାୟକଙ୍କ ହାତମୁଠାକୁ ଟାଣ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ରାଧାଦେଇପୁର ଗ୍ରାମପଞ୍ଚାୟତ ବିଦ୍ୟାଧରପୁର, ବିଲିକଣା ଓ ରାଧାଦେଇପୁର ଗ୍ରାମମାନଙ୍କରୁ ଏକାଧିକ ବିଜୁ ଜନତା ଦଳର ଶତାଧିକ କର୍ମକର୍ତ୍ତା ଆଜି ବିଜୁ ଜନତା ଦଳ ଛାଡ଼ି ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ବଡ଼ଚଣା ନିର୍ବାଚନମଣ୍ଡଳି ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକଙ୍କ ଦୃଢ଼ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଚଣ୍ଡିଖୋଲ ସ୍ଥିତ ପାର୍ଟି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’