Masthead

ହସଖୁସିର ଯାତ୍ରା ହେଲା ଶେଷଯାତ୍ରା

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ହସଖୁସିର ଯାତ୍ରା ହେଲା ଶେଷଯାତ୍ରା। ପୋଖରୀରେ ବରଯାତ୍ରୀ ଗାଡ଼ି ବୁଡ଼ି ଚାଲିଗଲା ୫ ଜଣଙ୍କ ଜୀବନ। ଢେଙ୍କାନାଳ ସଦର ଥାନା ଇନ୍ଦିପୁର-ଛାଟିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଘଟିଛି ଛାତିଥରା ଦୁର୍ଘଟଣା। ପୋଖରୀ ମଧ୍ୟରେ ବରଯାତ୍ରୀ କାର ପଶିଯିବାରୁ କାରରେ ଥିବା ୭ଜଣ ସାଙ୍ଗଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟଙ୍ଗା ଥାନା ବାଙ୍ଗୁରସିଂହ ଗ୍ରାମରୁ ଏକ ବାହାଘର ଗତ ରାତିରେ ସଦର ଥାନା ଇନ୍ଦିପୁର ଗ୍ରାମ ଝିଅ ଘରକୁ ଆସିଥିଲା । ଏହି ବାହାଘରରେ ପୁଅର ୭ଜଣ ସାଙ୍ଗ ଏକ କାର ଯୋଗେ ବରଯାତ୍ରୀ ହୋଇ ଆସିଥିଲେ ।

ଇନ୍ଦିପୁର ବାହାଘରରେ ଯୋଗ ଦେଇ ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିଲେ । ଛାଟିଆ ନିକଟ ପୋଖରୀରେ ସେମାନଙ୍କୁ ଯମ ଜଗି ବସିଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ କାରଟି ପୋଖରୀ ନିକଟରେ ପଶିଯାଇଥିଲା । କାରଟି ପାଣିରେ ବୁଡି ଯିବାରୁ ପାଣି ଭିତରେ ଜୀବନ ମରଣ ସହିତ ସଂଗ୍ରାମ କରି ବବୁଲ ଓ ଶିବୁ କାରର ଡୋର ଭାଙ୍ଗି ନିଜର ଜୀବନ ବଞ୍ଚାଇ ଦେଇଥିଲେ ।

ଅନ୍ୟ ୫ଜଣ ସାଙ୍ଗ ଗାଡି ଭିତରେ ରହିଥିବା ବେଳେ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସମସ୍ତଙ୍କର ଜୀବନ ଚାଲିଯାଇଥିଲା । ମୃତକମାନେ ବାଙ୍ଗୁର ସିଂହ ଗ୍ରାମର ଡ୍ରାଇଭର ଚନ୍ଦ୍ରକାନ୍ତ ସ୍ୱାଇଁ, ଅବିନାଶ ସାହ, ରାକେଶ ସାହୁ, ଶ୍ରୀରାମ ସାହୁ ଏବଂ ଅଭିଜିତ ସାହୁ ବୋଲି ଜଣାପଡିଛି। ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି