Masthead

ରୋଡ-ଶୋ‘ ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ):  ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼ । ରୋଡ ଶୋ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ଼ ହୋଇଛି। ପଥର ବାଜି ଜଗନଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଗାଡି ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବସ ଯାତ୍ରାରେ ବିଜୟୱାଡା ଦେଇ ଯାଉଥିବା ବେଳେ ବାଟରେ ଦଳୀୟ କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କେହି ପଥରମାଡ଼ କରିଥିଲା । ସିଂହନଗର ବିବେକାନନ୍ଦ ସ୍କୁଲ ନିକଟରେ କେହି ଜଣେ ଅଜଣାବ୍ୟକ୍ତି ଏହି ପଥର ମାଡ଼ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାମ ଆଖି ଏବଂ ମୁଣ୍ଡରେ ଆଘାତ ଲାଗିଛି ।ଏହା ସହ ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପାଲ୍ଲୀଙ୍କ ବାମ ଆଖିରେ ଆଘାତ ଲାଗିଛି। ଡାକ୍ତରମାନେ ତୁରନ୍ତ ବସ୍‌ରେ ଜଗନଙ୍କୁ ପ୍ରଥମେ ସହାୟତା କରିଥିଲେ। ପ୍ରଥମ ଚିକିତ୍ସା ପରେ ଜଗନ୍ ତାଙ୍କ ବସ୍ ଯାତ୍ରା ଜାରି ରଖିଥିଲେ। ଏହି ଘଟଣା ପରେ ୱାୟୀଏସଆରସିପି କର୍ମୀ ଟିଡିପି ଉପରେ ଏହି ପଥର ମାଡ଼ ଅଭିଯୋଗ ଲଗାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି