Before Header

କୃଷି ସମବାୟ ସମିତି କାର୍ଯ୍ୟାଳୟ ଘେରିଲେ ଚାଷୀ

0 32

ବିଂଝାରପୁର(ବଡ଼ ଖବର ବ୍ୟୁରୋ) ; ଜରୀ କୃଷି ସମବାୟ ସମିତିରେ ହୋଇଛି ବ୍ୟାପକ ଅନିୟମିତତା । ଯାହାକୁ ନେଇ ଆଜି କୃଷି ସମବାୟ ସମିତି କାର୍ୟ୍ୟାଳୟକୁ ଘେରିଲେ ପ୍ରାୟ ଶତାଧିକ ଚାଷୀ. । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରୀ କୃଷି ସମବାୟ ସମିତିରେ । ସୂଚନା ଅନୁଯାୟୀ ଗତ ବର୍ଷର ବୀମା ରାଶି ଏ ପର୍ୟ୍ୟନ୍ତ ଚାଷୀଙ୍କୁ ମିଳିପାରିନାହିଁ ।

ତାହା ଛଡା ଚାଷୀମାନଙ୍କ ପାଇଁ ସରକାର ଦେଉଥିବା ରାସାୟନିକସାର ବି ଚାଷୀମାନଙ୍କୁ ଦିଆଯାଇ ନାହିଁ । ଯାହାକୁ ପ୍ରତିବାଦ କରି ଜରୀ ଅଂଚଳର ପ୍ରାୟ ଶତାଧିକ ଚାଷୀ ଆଜି ଜରୀ କୃଷି ସମବାୟ ସମିତି କାର୍ୟ୍ୟାଳୟକୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ଯଥା ଶୀଘ୍ର ସେମାନଙ୍କୁ ସେମାନଙ୍କର ବୀମା ରାଶି ପ୍ରଦାନ କରାଯିଵା ସହ ଆସିଥିବା ସାର ଯୋଗାଇ ଦିଆଯାଉ ।

 

Leave A Reply

Your email address will not be published.