Masthead

ମହାବିଷୁବ ସଂକ୍ରାନ୍ତିରେ ଘସିପୁରାରେ ପାଳନ ହେଉଛି କଣ୍ଟାଫୋଡା ଯାତ୍ରା

ଘସିପୁରା(ବଡ଼ ଖବର ବ୍ୟୁରୋ): ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ଘଟିଥିଲେ ମଧ୍ୟ ଏବିବି ଅନେକ ସ୍ଥାନରେ ଲୋକେ ଆସ୍ଥା ବିଶ୍ୱାସକୁ ନେଇ ଉଜ୍ଜିବିତ କରି ରଖିଛନ୍ତି। ଆମ ସଂସ୍କୃତି ଏବଂ ଆମ ପରମ୍ପରାକୁ ଲୋକେ ବିଶ୍ୱାସ କରନ୍ତି । ଏଇଭଳି ଆସ୍ଥା ଓ ବିଶ୍ୱାସକୁ ନେଇ କଣ୍ଟାଫୋଡା ଯାତ୍ରା କାଇଁ କେଉଁ ଆଦିମ କାଳରୁ ପାଳନ ହୋଇଆସୁଛି । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ପାଳନ ହୋଇ ଆସୁଛି ଏହି କଣ୍ଟାଫୋଡା ଯାତ୍ରା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର କଣ୍ଟାଫୋଡା ଯାତ୍ରା ଏକ ନିଆରା ପରମ୍ପରା ରହିଛି। ଗ୍ରାମର ଗ୍ରାମ ଦେବତୀ ମା’ମଙ୍ଗଳାଙ୍କ ପୀଠରେ ଆଦିମ କାଳରୁ ଏହି କଣ୍ଟାଫୋଡା ଯାତ୍ରା ପାଳିତ ହୋଇ ଆସୁଛି।

ସଂକ୍ରାନ୍ତି ପୂର୍ବଦିନ ଗ୍ରାମଦେବତୀଙ୍କ ନିକଟରେ ବିଞ୍ଚୁଣି ଓଷା ପାଳିତ ହୋଇଥାଏ । ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନେ ଉପବାସ ବ୍ରତ ରଖି ନିଜ ପରିବାର ତଥା ଅଞ୍ଚଳର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଥାନ୍ତି। ସକାଳୁ ମାଙ୍କୁ ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଭୋଗ ଲଗାଇଥାନ୍ତି। ବିଶ୍ୱାସ ଅଛି ଯିଏ ଯାହା ମାନସିକ କରି ଓଷା କରିଥାଏ ମା’ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ଓଷାର ମୁଖ୍ୟ ଆକର୍ଷଣ ହେଲା କଣ୍ଟାଫୋଡା କାର୍ଯ୍ୟକ୍ରମ। ବିଭିନ୍ନ ବେଶରେ ସଜ୍ଜିତ ହୋଇ ପାଟୁଆ ମାନେ ଦିନବେଳା ନିଜ ଜିଭରେ ଓ ରାତିରେ ପିଠିରେ କଣ୍ଟାଫୋଡି ଗ୍ରାମ ପରିକ୍ରମା କରିଥାନ୍ତି। ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଏଥିରେ ଭରି ରହିଥିବାରୁ ଅନେକ ଶ୍ରଦ୍ଧାଳୁ ନିଜର ଜିଭ ଏବଂ ପିଠିରେ କଣ୍ଟା ଫୋଡି ମା’ଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି।କେବଳ କେଶଦୁରାପାଳ ଗ୍ରାମବାସୀ ନୁହେଁ ଆଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଆସି ଏ ଯାତ୍ରାରେ ସାମିଲ ହୋଇଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା