ମହାବିଷୁବ ସଂକ୍ରାନ୍ତିରେ ଘସିପୁରାରେ ପାଳନ ହେଉଛି କଣ୍ଟାଫୋଡା ଯାତ୍ରା

ଘସିପୁରା(ବଡ଼ ଖବର ବ୍ୟୁରୋ): ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି ଘଟିଥିଲେ ମଧ୍ୟ ଏବିବି ଅନେକ ସ୍ଥାନରେ ଲୋକେ ଆସ୍ଥା ବିଶ୍ୱାସକୁ ନେଇ ଉଜ୍ଜିବିତ କରି ରଖିଛନ୍ତି। ଆମ ସଂସ୍କୃତି ଏବଂ ଆମ ପରମ୍ପରାକୁ ଲୋକେ ବିଶ୍ୱାସ କରନ୍ତି । ଏଇଭଳି ଆସ୍ଥା ଓ ବିଶ୍ୱାସକୁ ନେଇ କଣ୍ଟାଫୋଡା ଯାତ୍ରା କାଇଁ କେଉଁ ଆଦିମ କାଳରୁ ପାଳନ ହୋଇଆସୁଛି । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ପାଳନ ହୋଇ ଆସୁଛି ଏହି କଣ୍ଟାଫୋଡା ଯାତ୍ରା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର କଣ୍ଟାଫୋଡା ଯାତ୍ରା ଏକ ନିଆରା ପରମ୍ପରା ରହିଛି। ଗ୍ରାମର ଗ୍ରାମ ଦେବତୀ ମା’ମଙ୍ଗଳାଙ୍କ ପୀଠରେ ଆଦିମ କାଳରୁ ଏହି କଣ୍ଟାଫୋଡା ଯାତ୍ରା ପାଳିତ ହୋଇ ଆସୁଛି।

ସଂକ୍ରାନ୍ତି ପୂର୍ବଦିନ ଗ୍ରାମଦେବତୀଙ୍କ ନିକଟରେ ବିଞ୍ଚୁଣି ଓଷା ପାଳିତ ହୋଇଥାଏ । ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନେ ଉପବାସ ବ୍ରତ ରଖି ନିଜ ପରିବାର ତଥା ଅଞ୍ଚଳର ମଙ୍ଗଳ କାମନା କରି ଏହି ଓଷା ପାଳନ କରିଥାନ୍ତି। ସକାଳୁ ମାଙ୍କୁ ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ଭୋଗ ଲଗାଇଥାନ୍ତି। ବିଶ୍ୱାସ ଅଛି ଯିଏ ଯାହା ମାନସିକ କରି ଓଷା କରିଥାଏ ମା’ ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ଓଷାର ମୁଖ୍ୟ ଆକର୍ଷଣ ହେଲା କଣ୍ଟାଫୋଡା କାର୍ଯ୍ୟକ୍ରମ। ବିଭିନ୍ନ ବେଶରେ ସଜ୍ଜିତ ହୋଇ ପାଟୁଆ ମାନେ ଦିନବେଳା ନିଜ ଜିଭରେ ଓ ରାତିରେ ପିଠିରେ କଣ୍ଟାଫୋଡି ଗ୍ରାମ ପରିକ୍ରମା କରିଥାନ୍ତି। ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ହୋଇ ନଥିଲେ ମଧ୍ୟ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଏଥିରେ ଭରି ରହିଥିବାରୁ ଅନେକ ଶ୍ରଦ୍ଧାଳୁ ନିଜର ଜିଭ ଏବଂ ପିଠିରେ କଣ୍ଟା ଫୋଡି ମା’ଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥାନ୍ତି।କେବଳ କେଶଦୁରାପାଳ ଗ୍ରାମବାସୀ ନୁହେଁ ଆଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଆସି ଏ ଯାତ୍ରାରେ ସାମିଲ ହୋଇଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ