Masthead

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡି ଦେବ ନିର୍ବାଚନୀ ହୁଙ୍କାର !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଉ କିଛି ଦିନ ପରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରାର୍ଥୀ ଘୋଷଣା କରି ଗ୍ରାଉଣ୍ଡକୁ ଗଲେଣି ତିନି ପ୍ରମୁଖ ରାଜନୀତିକ ଦଳ । ଜମିଲାଣି ପ୍ରଚାର । ଗାଁ ମୁହାଁ ନେତା । ଘରେ ଘରେ ପହଞ୍ଚି କଲେଣି ଭୋଟ ଭିକ୍ଷା । ଏହାରି ଭିତରେ ଶାସକ ବିଜେଡି ଷଷ୍ଠ ଥର ସରକାର ଗଢିବା ପାଇଁ ଭିଡିଛି ଅଣ୍ଟା । ବାପା ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ କରିଛନ୍ତି ପୁଅ ନବୀନ ପଟ୍ଟନାୟକ । ଦଳ ପାଳିବାକୁ ଯାଉଛି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ । କର୍ମୀଙ୍କଠୁ ନେତା ନବୀନ ଓଡ଼ିଶା ଗଢିବାର ନେବେ ଶପଥ । ପାଞ୍ଚ ଥରର ସରକାରରେ ଥାଇ ବି ୨୪ ନିର୍ବାଚନରେ ବିଜୁଙ୍କ କାର୍ଡ ଖେଳିବ ଦଳ । ରାଜ୍ୟର ପ୍ରତ୍ୟକ ପ୍ରାନ୍ତରେ ଆସନ୍ତା କାଲି ବିଜେଡି ଶ୍ରାଦ୍ଧ ଦିବସ ପାଳିବ ।

ମୁଁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଆଜି ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଦୃଢ ଶପଥ ଗ୍ରହଣ କରୁଛି ଯେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିଚାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ମୁଁ ନିଜକୁ ନିରନ୍ତର ଉତ୍ସର୍ଗ କରିବି । ସମୃଦ୍ଧ,ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡିଶା ପାଇଁ ମୁଁ ଆଜି ଦୃଢ ଶପଥ ଗ୍ରହଣ କରୁଛି । ଯାହାକୁ ନେଇ ଦେଖାଦେଇଛି ରାଜନୀତି । ବିରୋଧୀ ଉଠାଇଛନ୍ତି ପ୍ରଶ୍ନ ? ୨୫ ବର୍ଷ ଶାସନ ପରେ ବି ଏତେ ଭୟ କାହିଁକି ବିଜୁ ଜନତା ଦଳକୁ ? ନା ପରାଜୟର ଭୟ ନବୀନ ବାବୁଙ୍କୁ ? ବାପାଙ୍କ ଶ୍ରାଦ୍ଧ ଦିବସରେ ବି କର୍ମୀଙ୍କୁ ଶପଥ ପାଠ କରାଇବାକୁ ପଡୁଛି ? ମୁଣ୍ଡ ଉପରେ ଭୋଟ ଥିବାରୁ ନବୀନ ବାବୁଙ୍କ ଏ ପଦକ୍ଷେପ ବୋଲି ନା ନା କଳ୍ପନା ଜଳ୍ପନା ହେଲାଣି । ପୂର୍ବ ଭଳି କେତେ ମ୍ୟାଜିକ୍ ଦେଖାଇବ ବିଜୁ ଲିଗାସି । ଭୋଟରେ କେତେ ପ୍ରଭାବ ପକାଉଛି ତାହା ଫଳାଫଳ ଆସିଲେ ସ୍ପଷ୍ଟ ହେବ । ସେପଟେ ଆସନ୍ତାକାଲି ଦଳ ଆଣିପାରେ ୨୪ ଇସ୍ତାହାର । ଖେଳି ପାରେ ନିର୍ବାଚନୀ ଚାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ