Before Header

ଜଳୁଛି ସାରା ଓଡ଼ିଶା, ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ସବୁଠାରୁ ଉତ୍ତପ୍ତ

0 1,015

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଲବଲ କରୁଛି ତାତି । ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ଲୋକେ। ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁର ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି।

ଠିକ୍ ସେହିପରି ରାଉରକେଲାରେ ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୦.୪, ପାରାଦୀପରେ ୩୦.୮ ଓ ହୀରାକୁଦରେ ତାପମାତ୍ରା ୩୧ ଡିଗ୍ରି ଥିବା ଜଣାଯାଇଛି। ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.