Masthead

ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଏପ୍ରିଲ ୧୯ରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ପ୍ରଥମେ ହେବ ଭୋଟ୍ ଗ୍ରହଣ । ପ୍ରଥମ ପର୍ୟ୍ୟାୟରେ ଆଣ୍ଡାମାନ ଓ ନିକୋବର ଦୀପ ସମୁହ, ଲକ୍ଷ୍ୟଦୀପ, ଜମ୍ମୁ-କାଶ୍ମୀର, ଛତିଶଗଡ, ମିଜୋରମ, ନାଗାଲ୍ୟାଣ୍ଡ, ପୁଡୁଚେରୀ ଓ ସିକ୍କିମରେ ଭୋଟ ଗ୍ରହଣ ହେବ । ଉପରଲିଖିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଯଦି ରାଜ୍ୟ କଥା ବିଚାରକୁ ନିଆଯିବ ତେବେ ପ୍ରଥମ ପର୍ୟ୍ୟାୟରେ ବିହାରର ୪ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ରାଜସ୍ଥାନର ୧୧ଟି ଆସନ, ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ପଶ୍ଚିମବଙ୍ଗର ୩ ଆସନ, ତ୍ରିପୁରାର ଗୋଟିଏ ଆସନ ଓ ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଅନ୍ୟପଟେ ତାମିଲନାଡୁର ୩୯ଟି ଆସନ ପାଇଁ ମଧ୍ୟ ପ୍ରଥମ ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ । ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର, ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର,ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼