Masthead

ରାମ ନବମୀରେ ରାମଲଲାଙ୍କ ହେବ ସୂର୍ଯ୍ୟ ତିଲକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀରାମ ନବମୀ । ସବୁଠି ଉତ୍ସବର ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ଅଯୋଧ୍ୟାରେ ଅଲୌକିକ ଦୃଶ୍ୟ ଦେଖିବ ଦେଶ । ପ୍ରଥମ ଥର ପାଇଁ ରାମ ମନ୍ଦିରରେ ଭଗବାନ ରାମଙ୍କ ହେବ ସୂର୍ଯ୍ୟ ତିଲକ । ରାମଲଲାଙ୍କ କପାଳରେ ପଡ଼ିବ ସୂର୍ଯ୍ୟଙ୍କ କିରଣ । ୫ ମିନିଟ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା । ସେପଟେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।ଆଜି ଦିନ ୧୨ଟା ୧୬ ମିନିଟରେ ରାମଲଲାଙ୍କ କପାଳରେ ପଡ଼ିବ ସୂର୍ଯ୍ୟଙ୍କ କିରଣ ।

୫ ମିନିଟ ଯାଏ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଲକ । ଅଢ଼େଇ ମିନିଟ ଯାଏ ସୂର୍ଯ୍ୟଙ୍କ ପ୍ରଖର କିରଣ ରହିବ । ୭୫ ମିଲିମିଟର ଗୋଲେଇର ସୂର୍ଯ୍ୟ ତିଲକ । ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା । ସୂର୍ଯ୍ୟ ତିଲକ ନୀତି ଦେଖିବା ପାଇଁ ୧୦୦ ଏଲଇଡିର ବ୍ୟବସ୍ଥା ।ସୂର୍ଯ୍ୟ ତିଲକ ପାଇଁ ଦର୍ପଣ, ଲେନ୍ସ ଏବଂ ପିତ୍ତଳର ଏକ ବ୍ୟବସ୍ଥା ବ୍ୟବହୃତ ହୋଇଛି । ଏଥିପାଇଁ କୌଣସି ପ୍ରକାରର ବିଦ୍ୟୁତ୍ କିମ୍ବା ବ୍ୟାଟେରୀ ଆବଶ୍ୟକ ହେବ ନାହିଁ ।

ବୈଜ୍ଞାନିକମାନେ ଏହି ପ୍ରଣାଳୀର ନାମ ସୂର୍ଯ୍ୟ ରଶ୍ମୀ ରଖିଛନ୍ତି। ରାମ ନବମୀ ଦିନ, ରାମ ଲାଲାଙ୍କ କପାଳରେ ମଧ୍ୟାହ୍ନ ୧୨ ଟା ସମୟରେ ୪ ମିନିଟ୍ ପାଇଁ ସଜାଯିବ । ସେପଟେ ସାରା ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ୯୦ ବିମାନ, ୧୦୦ଟି ଟ୍ରେନର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯାଇଛି । ସୁରକ୍ଷାରେ ମୁତୟନ ହୋଇଛନ୍ତି ୨ ହଜାର ପୋଲିସ କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା