Masthead

ନିର୍ବାଚନ ଫଳାଫଳ କ’ଣ ହେବ ଲୋକମତ ସ୍ପଷ୍ଟ ଅଛି : ଅମର ଶତପଥୀ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଆଗାମୀ ନିର୍ବାଚନକୁ ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା । କହିଛନ୍ତି କେବଳ ଏବେ ନୁହେଁ ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ସମସ୍ତ ସାଂସଦ ଓ ବିଧାୟକମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ । ସ୍ୱାଭାବିକ ଭାବେ ନିର୍ବାଚନ ବେଳେ ଅଧିକ ଯୋଗାଯୋଗରେ ରହିବାକୁ ପଡେ । ନିର୍ବାଚନ ଯେଉଁ ସମୟରେ ହେଉ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି, ତାହାକୁ ନେଇ ଆମେ ଲୋକଙ୍କ ନିକଟତର ହୋଇ ରହିଛୁ । ଲୋକମତ ସ୍ପଷ୍ଟ ଅଛି, ନିର୍ବାଚନ ଫଳାଫଳ କ’ଣ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଏବେ ନୁହେଁ, କ୍ରମାଗତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ସୁଫଳ ଲୋକଙ୍କୁ ମିଳୁଛି ।

ମଧୁବାବୁ ପେନସନ ଯୋଜନାରେ ସିଧାସଳଖ ସୁଫଳତା ସାଢ଼େ ୪ ଲକ୍ଷ ଲୋକ ପାଇବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ମୁଖ୍ୟ କାର୍ଯ୍ୟ ହୋଇଛି । ଗରିବ ଓ ସାଧାରଣ ଲୋକ ଏଥିରେ ଉପକୃତ ହେବେ ତାହା ବିଜେଡିର ଫୋକସ । ବିଜେଡି ଫୋକସକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ରାଜ୍ୟ ବିଭିନ୍ନ ଯୋଜନା ଘୋଷଣା କରିଛି, କରୁଛି । ଆଜି ନୁହେଁ ଲଗାତାର ଭାବେ ହେଉଛି । କେନ୍ଦ୍ର କଥା ଆମେ ଜାଣିନାହୁଁ । ଜନସାଧାରଣଙ୍କ ଲାଗି ଯାହା ଉଦ୍ଦିଷ୍ଟ, ଆବଶ୍ୟକତା ଭିତ୍ତିରେ ସେହି ଯୋଜନା ହେଉଛି । ସବୁ ବର୍ଗଙ୍କୁ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ !