Masthead

ଏଥର ଜୟପୁରରେ ତାରା-ରବି ଲଢେଇର ନୂଆ ଭର୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଥର ଜୟପୁରରେ ତାରା-ରବି ଲଢେଇ ନୁହେଁ । ହେବ ତାରା-ରବି ଲଢେଇର ନୂଆ ଭର୍ସନ । ତାରା-ଇନ୍ଦିରାଙ୍କ ମଧ୍ୟରେ ହେବ ମୁକାବିଲା । ଚଳିତ ଥର ଜୟପୁର ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଛି । ରବିନାରାୟଣ ନନ୍ଦଙ୍କ ସ୍ଥାନରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି । ୧୯୯୫ରୁ ଜୟପୁର ଆସନରେ ଲଢି ଆସୁଥିଲେ ରବି । ୨୦୦୦, ୨୦୦୪ ଓ ୨୦୦୯ରେ ଜିତିଥିଲେ ରବି ନନ୍ଦ । ୨୦୦୯ରୁ ଆରମ୍ଭ ହୋଇଥିଲା ରବି-ତାରା ଲଢେଇ ।

୨୦୦୯ରେ ଜିତିଥିଲେ ରବି । ୨୦୧୪ ଓ ୨୦୧୯ରେ ଜିତିଥିଲେ କଂଗ୍ରେସର ତାରାପ୍ରସାଦ ବାହିନୀପତି । ରବି ଲଗାତାର ଦି ଥର ହାରିବା ପରେ ଏବେ ତାଙ୍କ ପତ୍ନୀ ଇନ୍ଦିରାଙ୍କୁ ସୁଯୋଗ ଦେଇଛି ବିଜେଡି । ଇନ୍ଦିରା ଜଣେ ଶିକ୍ଷୟତ୍ରୀ ଏବଂ କୋରାପୁଟ କେନ୍ଦ୍ରୀୟ ସମୟବାୟ ବ୍ୟାଙ୍କର ପୂର୍ବତନ ସଭାପତି । ୨୦୧୯ ରୁ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ରବି ନନ୍ଦଙ୍କ ସହ ମିଶି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଏବେ ସେ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ