Masthead

ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): କୁକୁର କାମୁଡାରେ ଦେଢ଼ ବର୍ଷର ଶିଶୁ ଗୁରୁତର ଅଭିଯୋଗ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ସଦର ମହକୁମାରେ । କୁକୁର କବଳରୁ ରକ୍ଷା କରିବାକୁ ଯାଇ ଶିଶୁର ପିଉସୀ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଶିଶୁକୁ କଟକ ବଡ଼ ମେଡିକାଲକୁ ନିଆଯାଉଥିବା ପରିବାର ଲୋକ କହିଛନ୍ତି । କୋଡ଼ିଙ୍ଗାର ଚାଉଁରିଆସାହିର ବାସିନ୍ଦା ରାଜୁ ଦଳେଇ । ରବିବାର ଅପରାହ୍ଣରେ ତାଙ୍କ ବର୍ଷକର ଶିଶୁ ଘରେ ଶୋଇଥିଲା । ଏହି ସମୟରେ ଏକ ବୁଲା କୁକୁର ଘରେ ପଶିଥିଲା ।

ଛୁଆକୁ ଆକ୍ରମଣ କରିଥିଲା । କାମୁଡ଼ି କାମୁଡ଼ି ଶିଶୁର ମୁହଁ, ଆଖି, ଗାଲ, ହାତକୁ ରକ୍ତାକ୍ତ କରିଦେଇଥିଲା । ଶରୀରରେ ଗଭୀର କ୍ଷତ ହୋଇଥିଲା । ଚିତ୍କାର ଶୁଣି ପହଞ୍ଚିଥିଲେ ରାଜୁଙ୍କ ଭଉଣୀ ରେଖା । କୁକୁରକୁ ଘଉଡ଼ାଇବା ଲାଗି ଉଦ୍ୟମ କରିଥିଲେ । ତାଙ୍କୁ ବି କୁକୁର ଆକ୍ରମଣ କରିଥିଲା । ପାଟିତୁଣ୍ଡ ଶୁଣି ସାହିପଡ଼ିଶା ପହଞ୍ଚିବାରୁ ଶିଶୁକୁ ଛାଡ଼ି କୁକୁର ପଳାଇଥିଲା । ଖବରପାଇ ପହଞ୍ଚିଥିଲେ ରାଜୁ । ଶିଶୁକୁ କୋଡ଼ିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ୍ ଏବଂ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଭଲ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକେ ଶିଶୁକୁ ଧରି କଟକ ମେଡିକାଲ ଯାଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ