Masthead

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା । ତେବେ କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଦିନ ।

କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, ଏଥିପାଇଁ ସେ ଖୁସି ଥିବା କହିଛନ୍ତି । ଏଥିସହ ତାଙ୍କ ବାପା ମଧ୍ୟ କଂଗ୍ରେସ ଦଳର ସଦସ୍ୟ ଥିଲେ, ସେ ମଧ୍ୟ କଂଗ୍ରେସ ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ତେବେ କଂଗ୍ରେସରୁ ଟିକେଟ୍ ପାଇବା ନେଇ ସେ କୌଣସି ଆଲୋଚନା କରିନାହାଁନ୍ତି । କିନ୍ତୁ କେନ୍ଦ୍ରାପଡାରୁ ଲଢିବାକୁ ସେ ଆଶାବାଦୀ ଥିବା କହିଛନ୍ତି । ଯଦି ଦଳ ତାଙ୍କୁ ସେ ସୁଯୋଗ ଦିଏ, ତେବେ ସେ ନିଶ୍ଚୟ ନିର୍ବାଚନ ଲଢିବେ ନଚେତ୍ ଦଳ ଯାହା ବି ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବି ବୋଲି କହିଛନ୍ତି ସିପ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର