Masthead

ମହିଳାଙ୍କୁ ଦଳି ଦେଲା ଦନ୍ତା

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ରେଞ୍ଜ ଗୁଆଲି ପଞ୍ଚାୟତ ନୂଆଗାଁରେ ଅଘଟଣ । ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ନୂଆଗାଁ ଦଳକ୍ ସାହିର ଚାମରା ମୁଣ୍ଡାଙ୍କ ସ୍ତ୍ରୀ ସୁମି ମୁଣ୍ଡା । ସୂଚନା ପାଇ ଗୁଆଲି ଫରେଷ୍ଟର ଓ ରୁଗୁଡ଼ି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସୂଚନା ଅନୁସାରେ ଦୁଇ ଯାଆ ସୁଲୋଚନା ମୁଣ୍ଡା ଓ ସୁମି ମୁଣ୍ଡା ସକାଳ ପ୍ରାୟ ୧୦ ଟା ସମୟରେ ପାଖ ଜଙ୍ଗଲକୁ ଦାନ୍ତକାଠି ଏବଂ ପତ୍ର ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରେ ଯାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ ଦୁଇ ଯାଆ । ହାତୀକୁ ଦେଖି ବଡ଼ ଯାଆ ସୁଲୋଚନା ଦୌଡ଼ି ନିଜର ଜୀବନ ରକ୍ଷା କରିଥିଲାବେଳେ ସାନ ଯାଆ ସୁମି କିନ୍ତୁ ନିଜକୁ ବଞ୍ଚାଇ ପାରି ନଥିଲେ । ହାତୀ ତାଙ୍କୁ ଦଳି ଚକଟି ମାରି ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼