Masthead

ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଅସହ୍ୟ ତାତିକୁ ପୁଣି ଜଳ ସଙ୍କଟ । ପାରଦ ରହୁଛି ୪୨ ଡିଗ୍ରି ଉପରେ । ମହେନ୍ଦ୍ର ତନୟା ନଦୀ ଶୁଖିବା ସହ ପୁର୍ନଉଦ୍ଧାର ହୋଇପାରୁନି । ପୌରପରିଷଦ ଅଧିନରେ ରହିଥିବା ପୁରାତନ କୂଅ ଗୁଡ଼ିକରେ ପ୍ଲାଷ୍ଟିକ ବୋତଲ, କଠ ଫାଳ ପଡ଼ି ରହିଥିବା ବହୁ ଦିନରୁ ସଫା ହୋଇପାରିନି । ମହେନ୍ଦ୍ରତନୟାରେ ପାଣି ନଥିବା ଯୋଗୁଁ ଲୋକଙ୍କୁ ଦୁଇଦିନକୁ ଥରେ ପିଇବା ପାଣି ମିଳୁଛି । ବାହାଘରେ ସମୟରେ ବାଇଗଣ ଗଛ ଲଗାଇବା ସଦୃଶ ବିଭାଗୀୟ ପକ୍ଷରୁ କିଛି ପଦକ୍ଷେପ ନେଇଥିବା ବେଳେ ଉକ୍ତ କାର୍ଯ୍ୟ କେବେ ଶେଷ ହେବ ତାହା ସମୟ ହିଁ କହିବ ।

ତେବେ ଜଳକଷ୍ଟ ଭୋଗୁଛନ୍ତି ପାରଳାଖେମୁଣ୍ଡିବାସୀ । ବହୁ ଦିନ ପିଇବା ପାଣିର ସମସ୍ୟା ରହିଥିବା ବେଳେ ଦୂରଦୃଷ୍ଟି ଅଭାବରୁ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ବିଭିନ୍ନ ସାହିର ବାସିନ୍ଦାମାନେ ଅନେକ ଥର ଅଭିଯୋଗ କରିଥିଲେ । କିନ୍ତୁ କର୍ଣ୍ଣପାତ କରିନଥିଲେ ଅଧିକାରୀ । ପାରଳା ସହର ଉପରେ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଭର କରୁଥିବାବେଳେ ବର୍ତ୍ତମାନ ନିର୍ବାଚନ ସମୟ ବିଭିନ୍ନ ଦଳ ଅନେକ ରାଲି କରୁଥିବା ବେଳେ ଜନଗହଳି ପ୍ରାୟତଃ ଲାଗିରହିଛି । ତେବେ କୌଣସି ଦୃଢ ପଦକ୍ଷେପ ବିଭାଗୀୟ କର୍ତ୍ତୃପକ୍ଷ ନ ନେଲେ ଆଗାମି ଦିନରେ ଜଳ କଷ୍ଟ ସମସ୍ୟା ବ୍ୟାପକ ହେବ ବୋଲି ଅନୁମାନ କରୁଛନ୍ତି ପାରଳାବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ