Masthead

ବାହାଘର ଜୋଡ଼ା ପିନ୍ଧି ମତଦାନ କେନ୍ଦ୍ରରେ ବର-ବଧୂ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟିଂ ଜାରି ରହିଛି । ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଅଛନ୍ତି ସେହି ଅବସ୍ଥାରେ ଭୋଟ ଦେବାକୁ ବୁଥ୍‌ରେ ପହଞ୍ଚିଯାଉଛନ୍ତି । ତେବେ ଏହାରି ଭିତରେ ଆସିଛି ରୋଚକ ଛବି । ମଧ୍ୟପ୍ରଦେଶ ସିଦ୍ଧି ଭୋଟଗ୍ରହଣ କେନ୍ଦ୍ରରୁ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଜଣେ ନବବଧୂ ସିଧା ମତଦାନ କେନ୍ଦ୍ରରେ ଯାଇ ପହଞ୍ଚିଛନ୍ତି । ଜୀବେନ୍ଦ୍ର ସିଂହ ଚନ୍ଦେଲ ଓ ତାଙ୍କ ନବବଧୂ ପ୍ରତିମା ସିଂହ ବିବାହର ଠିକ୍ ପରେ ପରେ ସିଧା ଯାଇ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ।

ପ୍ରତିମା କହିଛନ୍ତି ସେ ଶାଶୁଘର ଯିବା ପୂର୍ବରୁ ଆଗ ଭୋଟ ଦେଇ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବେ । ଏହା ସହିତ ଏହି ବରବଧୂ ମଧ୍ୟ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । କେବଳ ପ୍ରତିମା ନୁହଁନ୍ତି ମଣ୍ଡଳା ଲୋକସଭା ଆସନରୁ ଆଶାରାଣୀ ସିଙ୍ଗରୋରେ ବାପଘରୁ ବିଦା ହେବା ପୂର୍ବରୁ ପ୍ରଥମେ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସେହିପରି ଏହି କ୍ଷେତ୍ରରୁ ଅନ୍ୟଜଣେ ନବବଧୂ ପୂଜା ଶ୍ୱଶୁର ଘରକୁ ନ ଯାଇ ଆଗ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ବୋଲି ଜିଦି ଧରିଥିଲେ ।

ତାଙ୍କର ଏପରି କଥାକୁ ତାଙ୍କ ପତି ସମର୍ଥନ କରିଥିଲେ ଓ ବାହାଘର ପରେ ସିଧା ଯାଇ ଉଭୟ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ । ସେହିପରି ସିବନୀରେ ଦୁଇ ନବବିବାହିତ ଦମ୍ପତି ନିଜ ଦାମ୍ପତ୍ୟ ଜୀବନର ପ୍ରଥମ ଦିନ ଭୋଟଦାନରୁ ଆରମ୍ଭ କରିଛନ୍ତି । ଏପରିକି ବହୁ ବର ବଧୂ ବାହାଘର ଜୋଡାରେ ଭୋଟ କେନ୍ଦ୍ରରେ ପହଞ୍ଚିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼