Masthead

୬ ଦଫା ନେଇ ଆଦିବାସୀ ସଂଗଠନର ଗଣଧାରଣା

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଧାରଣାରେ ଆଦିବାସୀ ସଙ୍ଗଠନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଆଦିବାସୀ ସଂଗଠନ ଗଣଧାରଣା ଦେଇଛନ୍ତି । କାମାକ୍ଷାନଗର ଓ ପରଜଙ୍ଗ ଆଦିବାସୀ ସଂଗଠନ । ତୁମୁସିଙ୍ଗା ପଞ୍ଚାୟତର ମହୁଲଡଗର, ରଘୁଆବୋଲ, ଫିଲଡ଼ସାହି, ଡଙ୍କାବୋଲ ଇତ୍ୟାଦି ଗ୍ରାମର ଶତାଧିକ ଆଦିବାସୀ ମହୁଲଡଗରରେ ଧାରଣା ଦେଇଛନ୍ତି ।

ମହୁଲଡଗର ଗାଁ ଠାରୁ କଦଳୀପାଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ରଘୁଆବୋଲ ଆଇସିଡିଏସ କେନ୍ଦ୍ରକୁ ପରଜଙ୍ଗ ବ୍ଲକରୁ ସ୍ଥାନାନ୍ତର କରି କାମାକ୍ଷାନଗର ବ୍ଲକରେ ମିଶ୍ରଣ, ମହୁଲଡଗରକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି, ଡଙ୍କାବୋଲ ଠାରୁ ଧୋବାବାହାଳୀ ପର୍ଯ୍ୟନ୍ତ ମୋରମ ରାସ୍ତାର ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବ୍ୟକ୍ତିଗତ ଦଖଲ ରେ ରହିଥିବା ଜଙ୍ଗଲ ଜମି ରେ ପଟ୍ଟା ପ୍ରଦାନ ଇତ୍ୟାଦି ୬ଦଫା ଦାବିନେଇ ପାଞ୍ଚୋଟି ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ମାନେ ଗଣଧାରଣା ଦେଇଛନ୍ତି ।

ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ଦାବି ଜଣାଇଛନ୍ତି । ଯଦି ଦାବି ଗୁଡିକ ତୁରନ୍ତ ପୂରଣ କରାନଯାଏ ତାହେଲେ ଆଗାମୀ ସାଧାରଣ ନିର୍ବାଚନରେ ଏହି ସବୁ ଗ୍ରାମର ଶତାଧିକ ଆଦିବାସୀ ଶ୍ରେଣୀୟ ଲୋକ ଭୋଟବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ