Before Header

ରିଙ୍କୁ ସିଂହଙ୍କ ଦମଦାର ପ୍ରଦର୍ଶନ,ଶେଷ ଓଭରରେ ମାରିଲେ ୫ଟି ଛକା

0 106

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ ମହାସମରରେ ମଜା ନେଉଛନ୍ତି ଦର୍ଶକ । ରବିବାର ଗୁଜୁରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ହୋଇଥିଲା । କୋଲକାତାର ଷ୍ଟାର ବ୍ୟାଟର ରିଙ୍କୁ ସିଂହଙ୍କ ଶେଷ ଓଭରରେ ୫ଟି ଛକା ମାରି ଦଳକୁ ବିଜୟ ଦେଇଥିଲେ । ଶେଷ ଓଭରରେ କୋଲକାତା ୨୯ରନ ଆବଶ୍ୟକ କରୁଥିଲା। ଗୁଜରାଟ ମ୍ୟାଚ ଜିତିଯିବ ବୋଲି ସମ୍ଭାବନା ଥିଲା। କିନ୍ତୁ ରିଙ୍କୁ ସିଂଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା। ସେ ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ।

ସେ ୨୧ଟି ବଲରୁ ୪୮ରନ କରିଥିଲେ। ସେହିପରି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ୪୦ ବଲରେ ୮୩ରନ ଓ ନିତିଶ ରାଣା ୪୫ରନ କରିଥିଲେ। ଗୁଜୁରାଟ ପକ୍ଷରୁ ରସିଦ୍ ଖାନ୍ ୩ଟି, ଅଲଜାରି ଯୋଶେଫ୍ ୨ଟି, ମହମ୍ମଦ ସାମୀ ଓ ଯୋଶ ଲିଟିଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଟସ ଜିତି ଗୁଜରାଟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୨୦୪ ରନ୍ କରିଥିଲା। ଦଳ ପକ୍ଷରୁ ବିଜୟ ଶଙ୍କର ଅପରାଜିତ ୬୩ରନ, ସାଇ ସୁଦର୍ଶନ ୫୩ରନ, ଶୁଭମନ ଗିଲ ୩୯ ରନ କରିଥିଲେ। ତେବେ ୨୦୫ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା କୋଲକାତା ନାଇଟ୍ ରାଇଡର୍ସ। ଏହି ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୦୭ ରନ୍ କରିଥିଲା।

Leave A Reply

Your email address will not be published.