ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାତିରେ ଆଉଟୁପାଉଟୁ ରାଜ୍ୟବାସୀ। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ପାରଦ। ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୬ ଡିଗ୍ରୀ ତାତି ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ରାଜଧାନୀ ଭୁବନେଶ୍ୱରରେ ୪୦.୫ ଡିଗ୍ରୀ ଓ ବାଲେଶ୍ୱରରେ ୪୦.୨ ତାପମାତ୍ରା ରେକର୍ଡ କରାଯାଇଛି।
ପୁରୀରେ ୩୪.୬, ପାରାଦୀପରେ ୩୩.୨ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି । ଆଜି ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।