Masthead

ଶଶୀ-ଅମରଙ୍କ ଛିଣ୍ଡିଗଲା ଲେଖା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ । ବଭିନ୍ନ ରାଜନୈତିକ ଦଳ କରୁଛନ୍ତି ପ୍ରାର୍ଥୀ ଘୋଷଣା । ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟେ ନା । କାହାର କଟୁଛି ତ ଆଉ କାହାକୁ ମିଳୁଛି ଟିକେଟ । କିଏ ଖୁସି ହେଉଛି ତ ଆଉ କିଏ ହେଉଛି ଉଦାସ । କାହା ପାଇଁ ଏହି ଇଲେକ୍ସନ ବି ଆଣି ଦେଇଛି ଦୁଃଖ । ଯେମିତି କି ଆଜି ତଥା ୨୦.୦୪.୨୦୨୪ ଶନିବାର ଦିନ ୧୨ଟା ବାଜି ୧୦ମିନିଟ ସମୟରେ ଲଗାତାର ରାଜ୍ୟରେ ପଞ୍ଚମ ଥରର ସରକାରରେ ରହି ଆସୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ତାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କରିଛି ପ୍ରକାଶ କରିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୫ଜଣ ସିଟିଂ ବିଧାୟକଙ୍କୁ ଟିକେଟରୁ ବଞ୍ଚିତ କରିଛନ୍ତି । ଦେଇଛନ୍ତି ସରପ୍ରାଇଜ । ଖେଳିଛନ୍ତି ଫିଲ୍ମ କାର୍ଡ ।

ଦଳ ଛାଡି ନୂଆ ନୂଆ ବନିଥିବା ବିଜେପି ନେତା କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଜେଡିରେ ସାମିଲ ପରେ ମିଳିଛି ବଡଚଣା ଟିକେଟ । କିନ୍ତୁ ଏହାଠୁ ରୋଚକ ମୋଡ ହେଉଛି ନବୀନ ନିବାସ ଡାକି ଦୁଇ ତୁଙ୍ଗନେତାଙ୍କ ଠାରୁ ଟିକେଟ ଛଡାଇ ନେଇ ଅନ୍ୟ କାହା ହାତକୁ ଟେକି ଦେବା । ଏବେ ଆସନ୍ତୁ ଯିବା ଘଟଣା ଭିତରକୁ, ଆପଣ ମାନେ ଜାଣିଛନ୍ତି ଗୋଟେ ନେତା ବନିବା କେତେ କଷ୍ଟ । ସଙ୍ଗଠନ ଗଢିବା ଆଉ ଦଳ ପାଇଁ ଭୋଟ କରିବା । ଠିକ ନିର୍ବାଚନରେ ଯେ ଟିକେଟ କଟିଯିବା କେତେ ଯେ କଷ୍ଟ ଆଜି ହୁଏତ ରାଜ୍ୟର ଜଣାଶୁଣା ଦୁଇ ବରିଷ୍ଠ ନେତା ଜାଣୁଥିବେ । କିନ୍ତୁ ତାଠୁ ବି ବଡ ଘଟଣା ଘଟିଛି ଏହି ଦୁଇ ନେତାଙ୍କ ସହ । ସତେ ଯେମିତି ଆକାଶରୁ ଘଡଘଡି ତାଙ୍କ ଉପରେ ଖସି ପଡିଛି ।

ରାଜ୍ୟ ରାଜନୀତିରେ ସବୁ ପୂର୍ବ ଭଳି ଠିକଠାକ୍ ଚାଲୁଥାଏ ଯେଉଁ ମାନେ ଟିକେଟ ପାଇନାହାନ୍ତି ସେମାନେ ଅପେକ୍ଷାରେ ରହିଥାନ୍ତି । କେତେ ବେଳେ ତାଙ୍କ ପାଳି ପଡୁଛି । ସେମିତି ମଧ୍ୟ ବଡଚଣା ଓ କେନ୍ଦ୍ରାପଡା ବିଧାୟକ ଥାଆନ୍ତି ଅପେକ୍ଷାରେ । ହଠାତ ତାଙ୍କ ନିକଟକୁ ଯାଏ କଲ୍ । କି ଆସ ନବୀନ ନିବାସ । ଉଭୟ ନେତା ମଧ୍ୟ ବେଶ ତତ୍ପରତାର ସହ ୧୨ଟା ପୂର୍ବରୁ ପହଞ୍ଚି ଯାଆନ୍ତି । ନବୀନ ନିବାସ ଭିତରେ ବେଶ ଆଲୋଚନା ପର୍ଯ୍ୟାଲୋଚନା ହୁଏ । କିଛି ମିନିଟର ବ୍ୟବଧାନ ତଥା ୧୨ଟା୧୦ରେ ହୁଏ ଦଳର ପ୍ରାର୍ଥୀ ଘୋଷଣା । ଆଉ ତାପରେ ଶଶୀ – ଅମରଙ୍କ ସ୍ଥାନରେ ଦଳ ତାଙ୍କୁ ବାଦ ଦେଇ ଆଣିଦିଏ ନୂଆ ଚେହେରାଙ୍କୁ । ଯାହା ତାଙ୍କୁ ବେଶ ଚିନ୍ତାରେ ପକାଇଦିଏ । ନାଁ ସେ ପାଇଲେ ନାଁ ତାଙ୍କ ପରିବାରରୁ କାହାକୁ ମିଳିଲା ଟିକେଟ । ସାଢେ ବାରେଟା ପରେ ଉଭୟ ନେତା ଛାଡନ୍ତି ନବୀନ ନିବାସ । ଯିଏ ଦଳ ପାଇଁ ବିଭିିନ୍ନ ସମୟରେ ପ୍ରତିକ୍ରିୟା ଦେବାକୁ ଚାଲି ଆସନ୍ତି ସେ କିନ୍ତୁ ନବୀନ ନିବାସରୁ ବାହାରିବା ବେଳେ ଟିକେଟ କଟିବାକୁ ନେଇ ନିଜର ମତ ନ ରଖିବା ବେସ ବାରି ହୋଇପଡୁଛି କେତେ ଭାଙ୍ଗି ପଡିଛନ୍ତି ଅମର ଓ ଶଶୀ ।

ହୁଏତ କଥାରେ ନ କହି ହାତ ଠାରି ମନା କରିଦେଇ ଚାଲିଯାନ୍ତି ଉଭୟ ନେତା । ବଡଚଣାରୁ ଛଅ ଛଅ ଥରର ବିଧାୟକ ହୋଇଆସୁଥିଲେ ଅମର ଶତପଥି । ବଡଚଣାକୁ ବିରୋଧୀଙ୍କ କବଳରୁ କରିଆସୁଥିଲେ ରକ୍ଷା । ହେଲେ ଦଳ ଚଳିତ ନିର୍ବାଚନରେ ତାଙ୍କ ସ୍ଥାନରେ ବର୍ଷା ପ୍ରିୟଦର୍ଶନୀଙ୍କୁ କରିଛି ପ୍ରାର୍ଥୀ । ସେପଟେ ଆଉ ଜଣଙ୍କୁ ବିଜେଡି ଯେତେ ଗୋଟେ ଆସନକୁ ନେଇ ବିବାଦକୁ ଟାଣି ହୋଇଯାଏ ସେତେବେଳେ ଶଶୀ ବେହେରା ପଡନ୍ତି ଖୋଜା । ଜୟଦେବ ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିବା ବେଳେ ୧୯ରେ କେନ୍ଦ୍ରାପଡା ବିଜେଡିରେ ସୃଷ୍ଟି ହୋଇଥାଏ ଅଡୁଆ ।

ନବୀନ ପ୍ରାର୍ଥୀ କରି ଶଶିଙ୍କୁ ପଠାନ୍ତି ଆଉ ସେ ମଧ୍ୟ ବିବାଦକୁ ତାବାଟରେ ଯିବାକୁ ଛାଡିଦେଇ ବିଧାନସଭାକୁ ପୁଣି ନିର୍ବାଚିତ ହୁଅନ୍ତି । କିନ୍ତୁ ଦଳ ଆଉ ଏବେ ତାଙ୍କର ଆବଶ୍ୟକ ଲୋଡିନି । ଏବେ ଆଉ ନାହାନ୍ତି ଦଳ ପାଇଁ ବଳ । ଯାହା ପାଇଁ ତାଙ୍କ ଠାରୁ ଆସନ ଛଡାଇ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଦେଇଛି ଟିକେଟ । ଯିଏ ଦିନେ ବିଜେଡି ପାଇଁ ସମ୍ଭାଳି ଆସୁଥିଲେ ଗଡ ଆଜି ତାଙ୍କର ଏକି ଅବସ୍ଥା । ଚାରିଆଡେ ଏବେ ଚର୍ଚ୍ଚା ହେଉଛି କି ଘରକୁ ଡାକି ଖାଇବା ପିଇବାକୁ ଦେଇ ଟିକେଟ କାଟି ଦେଲେ କି ବିଜେଡି ସୁପ୍ରିମୋ । ଦିନରେ ଦେଖାଇଦେଲେ ଠେଙ୍ଗା । ଆଉ ସମସ୍ତେ କୁହନ୍ତି ଆଉ କାହାକୁ ନ ମିଳୁ ଏଭଳି ଶାସ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ