Masthead

ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ

ସାଲେପୁର, (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାଲେପୁର ଅଞ୍ଚଳରେ ଲୁଟରାଙ୍କ ସଂଖ୍ୟା ବଢ଼ିଚାଲିଛି। ପୋଲିସକୁ ଚକମା ଦେଇ ଲୁଟେରାମାନେ ହାସଲ କରୁଛନ୍ତି ଟାର୍ଗେଟ୍ । କିଛିଦିନ ତଳେ ସାଲେପୁର ହାଟ ଦୁର୍ଗା ମାର୍କେଟ ନିକଟରେ ଥିବା ୮ଟି ଦୋକାନରୁ ଲକ୍ଷାଧିକ ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟେରା ଲୁଟି ନେଇଥିଲେ। ଏହା ପୁଣି ସାଲେପୁର କୁଆଁପାଳ ମୁଖ୍ୟ ରାସ୍ତା କଡ଼ରୁ । ଯେଉଁଠି ପ୍ରତିଦିନ ହଜାର ହଜାର ଲୋକଙ୍କ ସହିତ ଯାନବାହନ ସବୁବେଳେ ଯାତାୟତ କରିଥାଏ। ଏହି ଲୁଟେରାଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ ଚଳେଇଥିବା ବେଳେ ସେମାନେ ପୁଣି ପୋଲିଲିସକୁ ଦେଇଛନ୍ତି ଚ୍ୟାଲେଞ୍ଜ ।

ଚତୁରତାର ସହ ସାଲେପୁର ଅଞ୍ଚଳ ପାଗା ଗୋପୀନାଥପୁରରେ ଥିବା ଇଣ୍ଡିଆନ୍ ଗ୍ୟାସ୍ ଏଜେନ୍ସି ଘର ଝରକା କାଟି ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ରାତିରେ କରୁଛି କ’ଣ । ପୋଲିସ ବିଭାଗ ପକ୍ଷରୁ ରାତିରେ କଡ଼ା ପାଟ୍ରୋଲିଙ୍ଗ କରାଯାଉନଥିବା ସ୍ଥାନୀୟ ଅଞ୍ଚଳ ଲୋକମାନେ କହିଛନ୍ତି। ଯଦି ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହେ ଲୁଟେରାମାନେ ଏକ ବିରାଟ ସାମ୍ରାଜ୍ୟ ବଢ଼ାଇବାରେ ସଫଳ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା