Masthead

ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ

ସାଲେପୁର, (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାଲେପୁର ଅଞ୍ଚଳରେ ଲୁଟରାଙ୍କ ସଂଖ୍ୟା ବଢ଼ିଚାଲିଛି। ପୋଲିସକୁ ଚକମା ଦେଇ ଲୁଟେରାମାନେ ହାସଲ କରୁଛନ୍ତି ଟାର୍ଗେଟ୍ । କିଛିଦିନ ତଳେ ସାଲେପୁର ହାଟ ଦୁର୍ଗା ମାର୍କେଟ ନିକଟରେ ଥିବା ୮ଟି ଦୋକାନରୁ ଲକ୍ଷାଧିକ ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟେରା ଲୁଟି ନେଇଥିଲେ। ଏହା ପୁଣି ସାଲେପୁର କୁଆଁପାଳ ମୁଖ୍ୟ ରାସ୍ତା କଡ଼ରୁ । ଯେଉଁଠି ପ୍ରତିଦିନ ହଜାର ହଜାର ଲୋକଙ୍କ ସହିତ ଯାନବାହନ ସବୁବେଳେ ଯାତାୟତ କରିଥାଏ। ଏହି ଲୁଟେରାଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ ଚଳେଇଥିବା ବେଳେ ସେମାନେ ପୁଣି ପୋଲିଲିସକୁ ଦେଇଛନ୍ତି ଚ୍ୟାଲେଞ୍ଜ ।

ଚତୁରତାର ସହ ସାଲେପୁର ଅଞ୍ଚଳ ପାଗା ଗୋପୀନାଥପୁରରେ ଥିବା ଇଣ୍ଡିଆନ୍ ଗ୍ୟାସ୍ ଏଜେନ୍ସି ଘର ଝରକା କାଟି ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ରାତିରେ କରୁଛି କ’ଣ । ପୋଲିସ ବିଭାଗ ପକ୍ଷରୁ ରାତିରେ କଡ଼ା ପାଟ୍ରୋଲିଙ୍ଗ କରାଯାଉନଥିବା ସ୍ଥାନୀୟ ଅଞ୍ଚଳ ଲୋକମାନେ କହିଛନ୍ତି। ଯଦି ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହେ ଲୁଟେରାମାନେ ଏକ ବିରାଟ ସାମ୍ରାଜ୍ୟ ବଢ଼ାଇବାରେ ସଫଳ ହେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ