Masthead

ତହସିଲଦାରଙ୍କ ନାଁରେ ଏତଲା

ପଟ୍ଟାମୁଣ୍ଡାଇ, (ବଡ଼ ଖବର ବ୍ୟୁରୋ): ଗଛ କଟାକୁ ନେଇ ତୁମୁଳ କାଣ୍ଡ । ମା’ ଓ ଝିଅକୁ ପିଟିଲେ ସ୍ଥାନୀୟ ତହସିଲଦାର । ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଶାନ୍ତିଲତା ନାୟକ ।
ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ସହିତ ଏକ ନଡ଼ିଆ ଗଛକୁ ନେଇ କଳହ ଲାଗିଥିଲା । ଆରଆଇ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମାପ ଚିହ୍ନଟ କରାଯିବ ବୋଲି କହିଥିଲେ । ହେଲେ ଗତକାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବାକୁ କହିବାରୁ ଶାନ୍ତିଲତା ମାପଚିହ୍ନଟ ଦାବି କରିଥିଲେ । ହେଲେ ତହସିଲଦାର କିଛି ଶୁଣିବା ପରିବର୍ତ୍ତେ ଗଛ କାଟିବାକୁ ବାଧ୍ୟ କରିଥିଲେ । ଏହାକୁ ଶାନ୍ତିଲତା ବିରୋଧ କରିବାରୁ ତହସିଲଦାର ଶାନ୍ତିଲତାଙ୍କୁ ଧକ୍କା ଓ ତଣ୍ଟିଆ ମାରିବା ସହିତ ତାଙ୍କ ବୋହୂକୁ ଅଶାଳୀନ ବ୍ୟବହାର କରିଥିଲେ ।

ଏ ବାବଦରେ ଲିଖିତ ଅଭିଯୋଗ କରିଛନ୍ତି ଶାନ୍ତିଲତା । ଅନ୍ୟ ପଟେ ସ୍ଥାନୀୟ ତହସିଲଦାର ମଧ୍ୟ ଶାନ୍ତିଲତାଙ୍କ ନାମରେ ଥାନାରେ ପାଲଟା ଲିଖିତ ଅଭିଯୋଗ କରିଛନ୍ତି । ଥାନା ପରିସରରେ ଶାନ୍ତିଲତା ନ୍ୟାୟ ପାଇଁ ତହସିଲଦାରଙ୍କ ଗାଡିକୁ ଅଟକାଇ ଥିଲେ । ପୋଲିସର ହସ୍ତକ୍ଷେପ ପରେ ତହସିଲଦାର ଥାନା ପରିସରରୁ ବାହାରି ପାରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି