Masthead

ତହସିଲଦାରଙ୍କ ନାଁରେ ଏତଲା

ପଟ୍ଟାମୁଣ୍ଡାଇ, (ବଡ଼ ଖବର ବ୍ୟୁରୋ): ଗଛ କଟାକୁ ନେଇ ତୁମୁଳ କାଣ୍ଡ । ମା’ ଓ ଝିଅକୁ ପିଟିଲେ ସ୍ଥାନୀୟ ତହସିଲଦାର । ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଶାନ୍ତିଲତା ନାୟକ ।
ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ତାଙ୍କ ପଡ଼ୋଶୀଙ୍କ ସହିତ ଏକ ନଡ଼ିଆ ଗଛକୁ ନେଇ କଳହ ଲାଗିଥିଲା । ଆରଆଇ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମାପ ଚିହ୍ନଟ କରାଯିବ ବୋଲି କହିଥିଲେ । ହେଲେ ଗତକାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବାକୁ କହିବାରୁ ଶାନ୍ତିଲତା ମାପଚିହ୍ନଟ ଦାବି କରିଥିଲେ । ହେଲେ ତହସିଲଦାର କିଛି ଶୁଣିବା ପରିବର୍ତ୍ତେ ଗଛ କାଟିବାକୁ ବାଧ୍ୟ କରିଥିଲେ । ଏହାକୁ ଶାନ୍ତିଲତା ବିରୋଧ କରିବାରୁ ତହସିଲଦାର ଶାନ୍ତିଲତାଙ୍କୁ ଧକ୍କା ଓ ତଣ୍ଟିଆ ମାରିବା ସହିତ ତାଙ୍କ ବୋହୂକୁ ଅଶାଳୀନ ବ୍ୟବହାର କରିଥିଲେ ।

ଏ ବାବଦରେ ଲିଖିତ ଅଭିଯୋଗ କରିଛନ୍ତି ଶାନ୍ତିଲତା । ଅନ୍ୟ ପଟେ ସ୍ଥାନୀୟ ତହସିଲଦାର ମଧ୍ୟ ଶାନ୍ତିଲତାଙ୍କ ନାମରେ ଥାନାରେ ପାଲଟା ଲିଖିତ ଅଭିଯୋଗ କରିଛନ୍ତି । ଥାନା ପରିସରରେ ଶାନ୍ତିଲତା ନ୍ୟାୟ ପାଇଁ ତହସିଲଦାରଙ୍କ ଗାଡିକୁ ଅଟକାଇ ଥିଲେ । ପୋଲିସର ହସ୍ତକ୍ଷେପ ପରେ ତହସିଲଦାର ଥାନା ପରିସରରୁ ବାହାରି ପାରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି