Masthead

ମହାବାତ୍ୟାକୁ ୨୧ ବର୍ଷ: ଏବେ ବି ଯାଇନି ଲୋକଙ୍କ ଯନ୍ତ୍ରଣା

ମହାକାଳପଡ଼ା, (ବଡ଼ ଖବର ବ୍ୟୁରୋ): ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟାକୁ ବିତିଯାଇଛି ୨୧ ବର୍ଷ । ହେଲେ କିଛି ଲୋକଙ୍କୁ ଦେଇଯାଇଛି ଅସହ୍ୟ ଦୁଃଖ ଯନ୍ତ୍ରଣା । ମନର ବେଦନା ଆଜି ବି ମନେ ପଡ଼ିଗଲେ ଆଖିରୁ ଆପେ ଆପେ ଝରି ଆସେ କରୁଣ ଲୁହ । କଇଁ କଇଁ ହୋଇ କାନ୍ଦିଥାଏ ମନ ।
ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସୁନୀତି ଗ୍ରାମର ବିଧବା ପାରୁଲ ମାଇତିଙ୍କ କଥା । ୧୯୯୯ ମସିହା ଅକ୍ଟୋବର ୨୬ ତାରିଖ । ପାରୁଲଙ୍କ ସ୍ୱାମୀ ମଣ୍ଟୁ ମାଇତି ଓ ପୁଅ ବିବେକ ମାମୁଘର ଜଗତସିଂହପୁର ଜିଲ୍ଲା ଏରସମା ଯାଇଥିଲେ ଏକ ଉତ୍ସବରେ ଯୋଗଦେବାକୁ । କିିନ୍ତୁ କାଳ ସାଜିଲା ମହାବାତ୍ୟା । ଏତେ ଭୟଙ୍କର ଥିଲା ଯେ ପାରୁଲଙ୍କ ବନ୍ଧୁ ପରିବାର ସମେତ ସ୍ୱାମୀ ଓ ପୁଅଙ୍କୁ ମଧ୍ୟ ଭସାଇ ନେଇଥିଲା । ସମସ୍ତଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ ୨୧ବର୍ଷ ବିତିଯାଇଥିଲେ ବି ପାରୁଲ ଏଥିରୁ ବଞ୍ଚିତ ରହିଛନ୍ତି । କାରଣ ପାରୁଲଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ଏ ସମ୍ପର୍କରେ ପରିବାର ଲୋକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ଗତ ୨୧ବର୍ଷ ଧରି ଗୁହାରି କରି କରି ଥକି ପଡ଼ଛନ୍ତି । ହେଲେ କୌଣସି ନେତା, ମନ୍ତ୍ରୀ, ଅଧିକାରୀ ଏ ବିଷୟରେ ମୁଁହ ଖୋଲୁନାହାନ୍ତି । ଆଜିବି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ କେବେ ମିଳିବ ପାରୁଲଙ୍କୁ ନ୍ୟାୟ । କେବେ ମିଳିବ ସରକାରଙ୍କ ସହାୟତା ଓ ସମବେଦନା । ଅକ୍ଟୋବେର ୨୯ ଆସିଲେ କଇଁ କଇଁ ହୋଇ କାନ୍ଦିଉଠେ ତାଙ୍କ ପରିବାର । ସେହି ଦୁଃଖରେ ଝୁରି ଝୁରି ଶଯ୍ୟାଶାୟୀ ହୋଇଯାଇଛନ୍ତି ପାରୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା