Masthead

ଏହି ତିିନି ଆସନକୁ କାହିଁକି ଝୁଲେଇଛି ବିଜେଡିି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜୁ ଜନତା ଦଳ ୨୧ ଲୋକସଭା ଏବଂ ୧୪୪ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ତିନୋଟି ବିଧାନସଭାରେ ଦଳ ଅଟକି ଯାଇଛି । ସେହି ତିନୋଟି ଆସନ ହେଉଛି ନୀଳଗିରି, କୋରେଇ ଓ ଖଣ୍ଡପଡ଼ା । ପ୍ରଶ୍ନ ଉଠୁଛି ଏହି ତିନୋଟି ଆସନ କାହିଁକି ଝୁଲି ରହିଛି । ଏଠି ଏମିତି କ’ଣ ଅଡୁଆ ସ୍ଥିତି ରହିଛି ଯେଉଁଥି ପାଇଁ ନବୀନ ପ୍ରାର୍ଥୀ ଫାଇନାଲ୍ କରିପାରୁ ନାହାନ୍ତି । କୋରେଇରେ ବିଜେଡିର ବିଧାୟକ ଥିବାବେଳେ ନୀଳଗିରି ବିଜେପି ପ୍ରାର୍ଥୀ ଭାବେ ଜିତିଥିବା ସୁକାନ୍ତ ନାୟକ ବିଜେଡିରେ ମିଶି ସାରିଛନ୍ତି । ଅନ୍ୟପକ୍ଷରେ ଖଣ୍ଡପଡ଼ାରେ ବିଜେଡିରୁ ବହିଷ୍କୃତ ସୌମ୍ୟ ପଟ୍ଟନାୟକ ବିଧାୟକ ଅଛନ୍ତି । ଏହି ତିନୋଟି ଆସନରେ ଦଳ କାହାକୁ କାଟିବ କାହାକୁ ରଖିବ ବୁଝା ପଡୁନାହିଁ ।

ସୌମ୍ୟ ରଂଜନ ତ’ ପ୍ରାର୍ଥୀ ହେବେ ନାହିଁ, ସେହିଭଳି କୋରେଇରେ ବିଧାୟକ ଅଶୋକ ବଳଙ୍କ ଟିକେଟ୍ କଟିପାରେ । ତେବେ କୋରେଇ ଉପରେ ଉଭୟ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତି ରଂଜନ ଘଡ଼େଇଙ୍କ ନଜର ପଡ଼ିଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ୨୦୦୯ରେ କୋରେଇ ବିଧାୟକ ଥିଲେ । ସେ ଚାହୁଁଛନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟ କୋରେଇ ବିଧାୟକ ପ୍ରାର୍ଥୀ ହୁଅନ୍ତୁ । ପୂର୍ବରୁ ବିଜେଡି ସୁଦାମ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଉଭୟଙ୍କୁ ଟିକେଟ୍ ଦେଇଛି । ସୁଧୀର ସାମଲ ଓ ତାଙ୍କ ପୁତୁରା ଅବିନାଶ ସାମଲ ବି ଟିକେଟ୍ ପାଇଛନ୍ତି । ଏପରିକି ପ୍ରଥମ ଥର ଯେବେ ପ୍ରୀତିରଂଜନ ଓରଫ୍ ଡାନି ଘଡ଼େଇ ବିଧାୟକ ହୋଇଥିଲେ ସେତେବେଳେ ତାଙ୍କ ବାପା ସୁକିନ୍ଦାର ବିଧାୟକ ଥିଲେ । ତେବେ ତାଙ୍କ ପରିବାରରୁ ଏଥର ଦୁଇଟି ଟିକେଟ୍ ମିଳୁ ବୋଲି ସେ ଚାହାନ୍ତି ।

ଅନ୍ୟପକ୍ଷରେ ସମ୍ବଲପୁର ସାଂସଦ ଭାବେ ଲଢ଼ୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ଭାଇଙ୍କୁ କୋରେଇ ଆସନରୁ ବିଧାୟକ ପ୍ରାର୍ଥୀ କରାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ନୀଳଗିରିରେ ଗତଥର ସୁକାନ୍ତ ନାୟକଙ୍କ ଠାରୁ ହାରିଥିବା ସନ୍ତୋଷ ଖଟୁଆ ବିଜେଡି ଟିକେଟ୍ ଆଶାରେ ବସିଛନ୍ତି । କିନ୍ତୁ ସୁକାନ୍ତ ବିଜେଡିକୁ ଫେରି ଆସିଥିବାରୁ ଅଙ୍କ ବିଗିଡ଼ି ଯାଇଛି । ଖଣ୍ଡପଡ଼ାରେ ସୌମ୍ୟ ଦଳରୁ ଯିବାପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ୍ ପାଇବେ ବୋଲି ଆପତତଃ ସ୍ପଷ୍ଟ ଥିଲା । ଏବେ କିନ୍ତୁ ଗୟାଧର ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବ୍ଲକ୍ ସ୍ତରୀୟ ଟାଣୁଆ ନେତାଙ୍କ ଟିକେଟ୍ ଦାବି ଯୋଗୁ ସେଠିବି ସ୍ଥିତି ସ୍ପଷ୍ଟ ହେଉନି । ଦଳ ସେଠାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି