Masthead

କରଞ୍ଜିଆ ବିଜେଡି ଦୁଇଫାଳ, ଦଳ ଛାଡିଲେ ବିଜୟ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ବିଜେଡି ଦୁଇଫାଳ । ଦଳ ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳର ପ୍ରମୁଖ ଆଶାୟୀ ପ୍ରାର୍ଥି ଭାବେ ପୂର୍ବତନ ବିଧାୟକ ବିଜୟ ନାଏକଙ୍କ ନାମ ଆଗରେ ଥିବା ବେଳେ ତାଙ୍କୁ ଦଳୀୟ ଟିକଟ ମିଳି ନ ଥିଲା । ଫଳରେ ସେ ଆଜି ବିଜୁ ଜନତା ଦଳରୁ ନିଜର ପ୍ରାଥମିକ ସଦ୍ୟସ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । କରଞ୍ଜିଆ ନିର୍ବାଚନମଣ୍ଡଳି ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଗତ ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ଏହି ନିର୍ବାଚନମଣ୍ଡଳିରେ ରାଜ କରୁଛି ।

ଏହି ନିର୍ବାଚନମଣ୍ଡଳିରେ ବିଜୟ ନାଏକ ଦୁଇ ଦୁଇ ଥର ବିଧାୟକ ହେଇଥିବା ବେଳେ ଗତ ୨୦୧୯ ରେ ବାସନ୍ତୀ ହେମ୍ବ୍ରମ ବିଧାୟିକା ହେଇଥିଲେ । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ସେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ରହିବା ସହିତ ସେତେ ଲୋକପ୍ରିୟତା ନ ଥାଇ ବି ପୁଣି ୨୦୨୪ସାଧାରଣ ନିର୍ବାଚନ ପାଇଁ ପାଇଁ ତାଙ୍କୁ ଟିକଟ ଦେବାରୁ କର୍ମୀମାନେ ମଧ୍ୟ ଅସନ୍ତୋଷ ଥିଲେ ।

ଯାହା ଫଳରେ ଆଜି ପୂର୍ବତନ ବିଧାୟକଙ୍କ ସହିତ ହଜାର ହଜାର କର୍ମୀ ଦଳରୁ ଇସ୍ପାତ ଦେବା ସହିତ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବା ପାଇଁ ବିଜୟ ନାଏକଙ୍କୁ ସମର୍ଥନ ଦେବା ପାଇଁ ଆଜିଠୁ ଅଣ୍ଟା ଭିଡ଼ିଲେଣି । ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ରାଲି କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି । ତେବେ କରଞ୍ଜିଆ ନିର୍ବାଚନମଣ୍ଡଳିରେ ୪ମୁଖୀ ଲଢେଇ ହେଉଥିବାରୁ ପୂର୍ବତନ ବିଧାୟକଙ୍କୁ ଅଧିକ ସମର୍ଥନ ମିଳିବ ବୋଲି କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି