ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ: ରବର୍ଟ ଭଦ୍ରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସେ ଫିଲ୍ମ ଏମରଜେନ୍ସି ହେଉ ବା ରାଜନୈତିକ ବୟାନ । ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରବର୍ଟ ଭଦ୍ରା । ନିକଟରେ କୃଷକଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ରବର୍ଟ ଭଦ୍ରା ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ। କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି କି ତାଙ୍କର ସଂସଦରେ ସ୍ଥାନ ନାହିଁ ।

ସେ ସଂସଦରେ ବସିବାକୁ ଯୋଗ୍ୟ ନୁହନ୍ତି। ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ ।’ ଏଥିସହ ମହିଳାଙ୍କ ସୁରକ୍ଷା ଦିଗରେ ସମସ୍ତେ ଏକାଠି ହେବାକୁ ଭଦ୍ରା ଅପିଲ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ରବର୍ଟ ଭଦ୍ରା କହିଛନ୍ତି। କହିରଖୁ ଯେ, ନିକଟରେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଦେଶରେ ଯଦି ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’