ପୁଣି ଆଉ ଏକ ଭବିଷ୍ୟବାଣୀ

ଭାରତ ସମେତ ୩ ଦେଶକୁ ଆସିପାରେ ବଡ଼ ବିପଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଆଉ ଏକ ଭବିଷ୍ୟବାଣୀ । ଭାରତକୁ ଆସିପାରେ ବଡ଼ ବିପଦ । ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ହୋଇପାରେ ବଡ଼ ଧରଣର ଭୂମିକମ୍ପ । ତୁର୍କୀରେ ଭୂମିକମ୍ପ ଆସିବା ପୂର୍ବରୁ ମଧ୍ୟ ହୋଇଥିଲା ଭବିଷ୍ୟବାଣୀ । ନେଦରଲ୍ୟାଣ୍ଡ ଗବେଷକ ଫ୍ରାଙ୍କ ହୁଗ୍ବିଟ୍ସ ଭବିଷ୍ୟବାଣୀ କରିଥିଲେ । ଯାହା ପରେ ସତ ହୋଇଥିଲା । ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି। ଗବେଷକ ଫ୍ରାଙ୍କ୍‌ ହୁଗ୍‌ବିଟ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଭାରତ ସମେତ ଆଫଗାନିସ୍ତାନ ଓ ପାକିସ୍ତାନର ଆଖପାଖରେ ବଡ଼ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇପାରେ।

ତୁର୍କୀରେ ଗତ ଫେବୃଆରୀ ୬ରେ ଭୂକମ୍ପ ହୋଇଥିବା ବେଳେ ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୩ରେ ଫ୍ରାଙ୍କ୍‌ ହୁଗ୍‌ବିଟ୍ସ ଭବିଷ୍ୟବାଣୀ କରିଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ, ତୁର୍କୀ ଓ ସିରିୟାରେ ୭.୫ ତୀବ୍ରତାର ଭୂକମ୍ପ ଆସିପାରେ। ଭମବିଷ୍ୟବାଣୀ ସତ ହେବା ପରେ । ଏବେ ଏହି ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଓ ସିରିୟା ଛାରଖାର ହୋଇଯାଇଛି। ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ଗ୍ରହ ଚଳନକୁ ଆଧାର କରି ହୁଗ୍‌ବିଟ୍ସ ଭୂକମ୍ପର ଭବିଷ୍ୟବାଣୀ କରିଥାନ୍ତି ବୋଲି ଜଣାପଡ଼ିଛି। ସେ ସୋଲାର୍‌ ସିଷ୍ଟମ ଜ୍ୟୋମେଟ୍ରି ସର୍ଭେ ପାଇଁ କାମ କରୁଛନ୍ତି। ଏସଏସଜିଇଓଏସ ଏକ ରିସର୍ଚ୍ଚ ସଂସ୍ଥା, ଯାହାକି ଭୂକମ୍ପର ଗତିବିଧିକୁ ଅନୁମାନ ଲଗାଇବା ପାଇଁ ମହାକାଶୀୟ ବସ୍ତୁ ଉପରେ ନଜର ରଖିଥାଏ।

ତେବେ ହୁଗ୍‌ବିଟ୍ସଙ୍କ ଦାବିକୁ ନେଇ ଅନେକ ବୈଜ୍ଞାନିକମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେପଟେ ହୁଗ୍‌ବିଟ୍ସ କହିଛନ୍ତି, ଭୂକମ୍ପର ୩ ଦିନ ପୂର୍ବରୁ ଏହାର ପୂର୍ବାନୁମାନ ନେଇ ଏକ ଟ୍ୱିଟ୍‌ କରିଥିଲି। କାରଣ ଏହା ଉପରେ ମୁଁ ଅଧିକ ରିସର୍ଚ୍ଚ କରିଥିଲି। ରିସର୍ଚ୍ଚରୁ ଜଣାପଡ଼ିଥିଲା, ତୁର୍କୀରେ ବଡ଼ ଧରଣର ଭୂକମ୍ପ ଆସିପାରେ। ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ଲୋକଙ୍କ ପାଇଁ ଚେତାବନୀ ଜାରି କରିବାକୁ ଚାହିଁଥିଲି। ହେଲେ ଜଣାନଥିଲା ଭବିଷ୍ୟବାଣୀର ୩ ଦିନ ପରେ ବଡ଼ ଧରଣର ଭୂକମ୍ପ ଆସିବ। ଆଉ ଏବେ ଆଫଗାନିସ୍ତାନ, ପାକିସ୍ତାନ, ଭାରତ ସମେତ ଭାରତ ମହାସାଗର ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଆସିପାରେ ବୋଲି ହୁଗ୍‌ବିଟ୍ସ ଭବିଷ୍ୟବାଣୀ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭୂକମ୍ପ ଆଫଗାନିସ୍ତାନରୁ ଆରମ୍ଭ ହୋଇ ଭାରତ ମହାସାଗର ପର୍ୟ୍ୟନ୍ତ ଯିବ ନା ନାହିଁ। ଏମିତି ବି ହୋଇପାରେ ଏହି ଭୂକମ୍ପ ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ଭଳି ଭାରତ ଉପରେ ଏହାର ପ୍ରଭାବ ପଡ଼ିପାରେ। ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’