Masthead

ଚେନ୍ନାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗସ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସହଜ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ। ୧୬୩ ରନର ଟାର୍ଗେଟକୁ ମାତ୍ର ୧୭.୫ ଓଭରରେ ଜିତି ନେଇଛି ପଞ୍ଜାବ। କୋଲକାତା ବିପକ୍ଷରେ ଦମଦାର ବିଜୟ ପରେ ଚେନ୍ନାଇକୁ ହରାଇ କମ୍ ବ୍ୟାକ୍ କରିଛି କିଙ୍ଗସ୍ ବାହିନୀ। ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ। ପ୍ରାରମ୍ଭରୁ ପଞ୍ଜାବର ପ୍ରଭାବୀ ବୋଲିଂ ଟିମକୁ ୧୬୨ ରନରେ ରୋକିବାରେ ସଫଳ ହୋଇଥିଲା। ଦୁଇ ଓପନର ଅଜିଙ୍କ୍ୟ ରାହାଣେ ଓ ଋତୁରାଜ ଗାଏକ୍ୱାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ଉଭୟଙ୍କ ଯୋଡ଼ି ବେଶି ସମୟ ତିଷ୍ଟି ପାରିନଥିଲେ।

ସେହିପରି ଶିବମ ଦୁବେ କୌଣସି ରନ୍ କରିନପାରିବା ଏବଂ ରବୀନ୍ଦ୍ର ଜାଡେଜା ୨ ରନରେ ଆଉଟ୍ ହୋଇଯିବା ଦଳୀୟ ସ୍କୋରକୁ ଧିମେଇ ଦେଇଥିଲା। କେବଳ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୬୨(୪୮) ରନ୍ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେହି ବଡ଼ ସ୍କୋର୍ କରିପାରିନଥିଲେ। ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ୭ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିନେଇଛି ପଞ୍ଜାବ କିଙ୍ଗସ। ପୁଣି ଥରେ ଜନ୍ନି ବେୟାରଷ୍ଟୋ ଓ ରାଇଲ ରସୋଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି। ଉଭୟ ଯଥାକ୍ରମେ ୪୬(୩୦) ଏବଂ ୪୩(୨୩) ରନ୍ ସଂଗ୍ରହ କରିଥିଲେ। ଉଭୟଙ୍କ ୱିକେଟ ଯାଇଥିଲେ ମଧ୍ୟ ରନ୍ ଚାପ ନଥିବାରୁ ସହଜରେ ବିଜୟ ହାସଲ କରିନେଇଥିଲା ପଞ୍ଜାବ। ରସୋ ଓ ବେୟାରଷ୍ଟୋ ଆଉଟ୍ ହେବା ପରେ ଶଶାଙ୍କ ସିଂହ ୨୫(୨୬) ଏବଂ ସାମ କୁରେନ ୨୬(୨୦) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଘାତକ ବୋଲିଂ ପାଇଁ ହରପ୍ରୀତ ବ୍ରାର ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା