Masthead

ହେଲାନି ପ୍ରାର୍ଥୀ ପରିବର୍ତ୍ତନ, ନିରାଶ ହେଲେ ସମୀର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଜେଡି ପକ୍ଷରୁ ବାକି ଥିବା ୩ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୂର୍ବରୁ ବିଜେଡି ଦେବଗଡ଼ ବିଧାନସଭା ଆସନରୁ ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍‌ ଦେଇଥିଲା । କିନ୍ତୁ ଆଜି ଏହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ ।

କିନ୍ତୁ ସେପଟେ ନିରାଶ ହୋଇଛନ୍ତି ସମୀର ଦାଶ । ତାଙ୍କ ଆଶା ମଉଳି ଯାଇଛି । ବିଜେଡି ପୂର୍ବରୁ ସମୀର ଦାଶଙ୍କ ଟିକେଟ କାଟି ନିମାପଡାରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଟିକେଟ ପରିବର୍ତ୍ତନ ପାଇଁ ଚାପ ପକାଉଥିଲେ ସମୀର । ସମର୍ଥକଙ୍କୁ ଧରି ସଭାସମିତି ଓ ରୋଡ ସୋ’ ଜରିଆରେ ଚାପ ପକାଉଥିଲେ । ଏହି ପ୍ରାର୍ଥୀ ତାଲିକା ଘୋଷଣାରେ ଦେବଗଡରେ ପ୍ରାର୍ଥୀ ପରିବର୍ତ୍ତନ କରାଗଲା ହେଲେ ନିମାପଡାରେ କୌଣସି ପରିବର୍ତ୍ତନ ହେଲାନାହିଁ । ସମୀର ଦାଶ ୨୦୦୯ରୁ ନିମାପଡାରେ ବିଜେଡି ଟିକେଟରୁ ଜିତିଆସୁଥିଲେ । ସେ ୩ଥର ବିଧାୟକ ରହିବା ସହ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ରହିଥିଲେ । ହେଲେ ୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କ ଟିକେଟ କାଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ