Masthead

ମିଛ ବୟାନ ରିଆଙ୍କ ପାଇଁ କାଳ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତ ମାମଲାରେ ଅନେକ ସତ୍ୟ ପ୍ରକାଶ ପାଇଛି। ରବିବାର ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କ ପଡୋଶୀ ଜଣେ ମହିଳାଙ୍କୁ ପଚରାଉଚରା କରିଥିଲା। ପୂର୍ବରୁ ମହିଳା ଜଣକ ସିବିଆଇକୁ କହିଥିଲେ ଯେ ସେ ୧୩ ଜୁନରେ ରିୟା ଏବଂ ସୁଶାନ୍ତଙ୍କୁ ଏକାଠି ଦେଖିଥିଲେ । ଏହି ମିଛ ବୟାନ ରିୟାଙ୍କ ପାଇଁ କାଳ ହୋଇଥିଲା । ଏବେ ସେହି ମହିଳା ଜଣକ ତାଙ୍କ ବୟାନ ବଦଳାଉଥିବାରୁ ସିବିଆଇ କ୍ଷୁବ୍ଧ ହୋଇଛି । ବାରମ୍ବାର ବୟାନ ନବଦଳାଇବାକୁ ସିବିଆଇ ସମ୍ପୃକ୍ତ ମହିଳାଙ୍କୁ ତାଗିଦ୍ କରିଛି । ସେପଟେ ମିଥ୍ୟା ଅଭିଯୋଗକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ରିୟାଙ୍କ ଓକିଲ ସତୀଶ ମନଶିନ୍ଦ ।

ରିୟାଙ୍କ ଓକିଲ ସତୀଶ କହିଛନ୍ତି ଯେ ସୁଶାନ୍ତ ମାମଲାରେ ଟିଭି ଚ୍ୟାନେଲରେ ମିଥ୍ୟା ଅଭିଯୋଗ କରିଥିବା ଲୋକଙ୍କ ତାଲିକା ସେ କୋର୍ଟକୁ ଦେବେ । ତଦନ୍ତକୁ ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇକୁ ଅନୁରୋଧ କରାଯିବ ବୋଲି ମନେଶିନ୍ଦ କହିଛନ୍ତି। ରିୟା ଜାମିନରେ ଆସିବା ପରେ ଟିଭିରେ ମିଥ୍ୟା ବୟାନବାଜି କରୁଥିବା ଲୋକଙ୍କ ପାଖକୁ ସେ ତାଙ୍କ ମହକିଲ ଯିବେ । ସେମାନେ ରିୟାଙ୍କ ଜୀବନ ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ପ୍ରକୃତ ତଥ୍ୟ ସେମାନଙ୍କୁ ଜଣାଇ ଦିଆଯିବ ବୋଲି ମନେଶିନ୍ଦ କହିଛନ୍ତି ।

ମନେଶିନ୍ଦ ଆହୁରି କହିଛନ୍ତି,  ରିୟାଙ୍କ ପଡ଼ୋଶୀ ଡିମ୍ପଲ ଥୱାନି ଦାବି କରିଛନ୍ତି ଯେ ସେ ସୁଶାନ୍ତଙ୍କ ପ୍ରଶଂସକ। ସେ ନ୍ୟୁଜ ଚ୍ୟାନେଲରେ ଦାବି କରିଛନ୍ତି ଯେ ସୁଶାନ୍ତ ୧୩ ଜୁନରେ ରିୟାଙ୍କୁ ଘରେ ଛାଡିବାକୁ ସୁଶାନ୍ତ ଆସିଥିଲେ। ଏହା ଏକ ଭିତ୍ତିହୀନ ଗୁଜବ । ସିବିଆଇ ଆଜି ତାଙ୍କ ବିବୃତ୍ତି ରେକର୍ଡ କରିଛି। ଟିଭି ଆଲୋଚନାରେ ଭାଗ ନେଇ ମିଥ୍ୟା ଯୁକ୍ତି ଉପସ୍ଥାପନ କରିଥିବା ସମସ୍ତ ସାମ୍ବାଦିକ, ଫିଲ୍ମ କଳାକାର, ରାଜନୈତିକ ନେତାଙ୍କ ନିକଟକୁ ଯାଇ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ସିବିଆଇକୁ ଅନୁରୋଧ କରିବି ବୋଲି ରିୟାଙ୍କ ଓକିଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ