ବେଆଇନ ଭାବେ ରାସ୍ତା ଉପରେ ଗ୍ୟାସ ଗାଡ଼ି ଅଟକାଇବା ପଡିଲା ମହାଙ୍ଗା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବେଆଇନ ଭାବେ ରାସ୍ତା ଉପରେ ଗ୍ୟାସ ଗାଡ଼ି ଅଟକାଇବା ପଡିଲା ମହାଙ୍ଗା । ଚାନ୍ଦବାଲି ଥାନାରେ ୩ରୁ ଅଧିକ ଜଣଙ୍କ ନାମରେ ମାମଲା ରୁଜୁ । ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତରେ ସୁଭଦିଆ ବଳ ସାହି ଗ୍ରାମରେ ସୁଶାନ୍ତ ପରିଡ଼ା ଆଜକୁ ୩ମାସରୁ ଅଧିକ ହେବ ନିଜ ମୋବାଇଲ ମାଧ୍ୟମରେ ଗ୍ୟାସ ବୁକିଂ କରୁଛନ୍ତି । ଏବଂ ଗ୍ୟାସ ଉଠାଣ କରି ଗ୍ୟାସର ସବସିଡ୍ ନିଜ ମୋବାଇଲରେ ଉଠାଉ ଥିବାବେଳେ କିଛି ନବୁଝି ତିହିଡି ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଅରୁପାନନ୍ଧର ଗ୍ୟାସ ଏଜେନ୍ସିର ୨୦୦ରୁ ଅଧିକ ଗ୍ୟାସଟାଙ୍କି ଲୋଡ଼କରି ଚାନ୍ଦବାଲି ଯାଉଥିବା ବେଳେ କିଛି ଲୋକ ସେହି ଗାଡିକୁ ବଳ ପୂର୍ବକ ଭାବେ ଅଟକାଇଥିଲେ ।

ଏବଂ ନିଆଁ ଲଗାଇବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏନେଇ ଖବର ପାଇ ପୋଲିସ ଗାଡିକୁ ଥାନାକୁ ଆଣିବା ସହିତ ଅରୁପାନନ୍ଧ ଗ୍ୟାସର ମୁଖ୍ୟ ନମିତା ନାୟକ ଖବର ଦେବା ପରେ ଘଟଣା ସ୍ତଳରେ ନମିତା ନାୟକ ପହଞ୍ଚିଥିଲେ । ଗ୍ୟାସ ଗାଡିକୁ ଅଟକ ରଖିଥିବା ଅଭିଯୋଗ କାରିଙ୍କ ନାମରେ ମୋତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗ୍ୟାସ ଗାଡି ଛାଡି ଦେଇଥିବା ଦେଖିବାକୁ ମିଳିଥିଲା । ଉଭୟ ପକ୍ଷରୁ ମୋତୋ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି ଅଭିଯୋଗ ମୁତାବକ ଗ୍ୟାସ ଗାଡିକୁ ଅଟକ ରଖିଥିବା ୩ ରୁ ଅଧିକ ବ୍ୟକ୍ତିଙ୍କ ନାମରେ ଚାନ୍ଦବାଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ