Masthead

ଓଡ଼ିଶା ଆସିବେନି ରାହୁଲ ଗାନ୍ଧି

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଆଜି ରାହୁଲ ରାୟଗଡ଼ା ଗସ୍ତରେ ଆସି ଏକ ସମାବେଶରେ ସମ୍ବୋଧିତ କରିଥାନ୍ତେ। ମାତ୍ର ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛି କଂଗ୍ରେସ। ରାଏବରେଲିରୁ ରାହୁଲ ତାଙ୍କର ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିବାରୁ ସେ ରାୟଗଡ଼ା ସମାବେଶରେ ଯୋଗ ଦେଇପାରିବେନି। ଆଜି ମଧ୍ୟାହ୍ନରେ ରାହୁଲଙ୍କ ରାୟଗଡ଼ା ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ରାହୁଲ ଓଡ଼ିଶା ଆସିବାକୁ ଥିବାରୁ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା ।

କିନ୍ତୁ ରହୁଲ ନଆସିବା ଖବର ପ୍ରକାଶ ପାଇବା ପରେ ଏବେ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ଦେଖିବାକୁ ମିଳିଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍.ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ। ଗତକାଲି ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ