Masthead

ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମର୍ଥକଙ୍କ ସମୂହ ଇସ୍ତଫା

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ସମୀର ଦାଶଙ୍କ ସମର୍ଥକଙ୍କ ସମୂହ ଇସ୍ତଫା । ସମୀର ଦାଶଙ୍କ ପ୍ରାର୍ଥିତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ସଭାରେ ଦଳୀୟ ନେତୃତ୍ୱଙ୍କୁ ସମର୍ଥକଙ୍କ ସମୂହ ଇସ୍ତଫା । ନିମାପଡା ନିର୍ବାଚନ ମଣ୍ଡଳୀର ୪୬ଟି ପଂଚାୟତର ଦଳୀୟ ସଭାପତି କାର୍ଯ୍ୟକାର୍ତ୍ତା, ନିମାପଡା ଏନ ଏ ସିର ୧୧ଟି ୱାର୍ଡର ସଭାପତି, ୪୧ ଟି କୋ ଅପରେଟିଭ ସୋସାଇଟିର ସଭାପତି, ୫୬ ଜଣ ପଂଚାୟତସ୍ତରୀୟ ଓ ଏନ ଏ ସି ସ୍ତରୀୟ ନିର୍ବାଚିତ ପ୍ରତିନିଧିମାନେ ସମୂହ ଇସ୍ତଫା ଦେଇଛନ୍ତି । ଗତକାଲି ବିଜେଡି ରାଜ୍ୟ ସଭାପତିଙ୍କ ଉଦେଶ୍ୟରେ ଏକ ଇସ୍ତଫା ପତ୍ର ବିଧାୟକ ସମୀର ରଞ୍ଜନ ଦାସଙ୍କୁ ପ୍ରଦାନ କରିବା ସହ ୨୪ଘଣ୍ଟା ମଧ୍ୟରେ ବିଧାୟକ ତାଙ୍କ ନିଷ୍ପତ୍ତି ଦଳୀୟ ନେତୃତ୍ୱଙ୍କୁ ଅବଗତ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ବିଜେଡି ଦେଇଥିବା ପ୍ରାର୍ଥୀଙ୍କୁ କୌଣସି ମତେ ସମର୍ଥନ ଦିଆଯିବ ନାହିଁ । ଦଳର ନିଷ୍ପତ୍ତି ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ସମର୍ଥକ ମାନେ ଖୋଲା ଧମକ ଦେଇଛନ୍ତି । ନିମାପଡା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପ୍ରତିବାଦ ସଭାରେ ସମୀର ଯୋଗ ଦେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ନିଜ ବକ୍ତବ୍ୟରେ ନିମାପଡ଼ାରେ ରାଜନୈତିକ ସମୀକରଣ ବଦଳିବାର ସମୀର ସୂଚନା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି