Masthead

ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମର୍ଥକଙ୍କ ସମୂହ ଇସ୍ତଫା

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ସମୀର ଦାଶଙ୍କ ସମର୍ଥକଙ୍କ ସମୂହ ଇସ୍ତଫା । ସମୀର ଦାଶଙ୍କ ପ୍ରାର୍ଥିତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ସଭାରେ ଦଳୀୟ ନେତୃତ୍ୱଙ୍କୁ ସମର୍ଥକଙ୍କ ସମୂହ ଇସ୍ତଫା । ନିମାପଡା ନିର୍ବାଚନ ମଣ୍ଡଳୀର ୪୬ଟି ପଂଚାୟତର ଦଳୀୟ ସଭାପତି କାର୍ଯ୍ୟକାର୍ତ୍ତା, ନିମାପଡା ଏନ ଏ ସିର ୧୧ଟି ୱାର୍ଡର ସଭାପତି, ୪୧ ଟି କୋ ଅପରେଟିଭ ସୋସାଇଟିର ସଭାପତି, ୫୬ ଜଣ ପଂଚାୟତସ୍ତରୀୟ ଓ ଏନ ଏ ସି ସ୍ତରୀୟ ନିର୍ବାଚିତ ପ୍ରତିନିଧିମାନେ ସମୂହ ଇସ୍ତଫା ଦେଇଛନ୍ତି । ଗତକାଲି ବିଜେଡି ରାଜ୍ୟ ସଭାପତିଙ୍କ ଉଦେଶ୍ୟରେ ଏକ ଇସ୍ତଫା ପତ୍ର ବିଧାୟକ ସମୀର ରଞ୍ଜନ ଦାସଙ୍କୁ ପ୍ରଦାନ କରିବା ସହ ୨୪ଘଣ୍ଟା ମଧ୍ୟରେ ବିଧାୟକ ତାଙ୍କ ନିଷ୍ପତ୍ତି ଦଳୀୟ ନେତୃତ୍ୱଙ୍କୁ ଅବଗତ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ବିଜେଡି ଦେଇଥିବା ପ୍ରାର୍ଥୀଙ୍କୁ କୌଣସି ମତେ ସମର୍ଥନ ଦିଆଯିବ ନାହିଁ । ଦଳର ନିଷ୍ପତ୍ତି ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ସମର୍ଥକ ମାନେ ଖୋଲା ଧମକ ଦେଇଛନ୍ତି । ନିମାପଡା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପ୍ରତିବାଦ ସଭାରେ ସମୀର ଯୋଗ ଦେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ନିଜ ବକ୍ତବ୍ୟରେ ନିମାପଡ଼ାରେ ରାଜନୈତିକ ସମୀକରଣ ବଦଳିବାର ସମୀର ସୂଚନା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍