Before Header

୫ବର୍ଷରେ ୫ ବିଦେଶୀ ନିବେଶକ ଓଡ଼ିଶାରେ ପୁଞ୍ଜି ନିବେଶ କରିଛନ୍ତି : କଂଗ୍ରେସ

0 14

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ବର୍ଷରେ ୫ ବିଦେଶୀ ନିବେଶକ ଓଡ଼ିଶାରେ ପୁଞ୍ଜି ନିବେଶ କରିଛନ୍ତି ବୋଲି କଂଗ୍ରେସ କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ୧୦ ପ୍ରଶ୍ନ । ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ ଓ ଦୁବାଇରେ ବୈଠକ କରିଆସୁଛନ୍ତି । ମାତ୍ର ୨୦୧୬ରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି । ଯାହାର ମୂଲ୍ୟ ୧୩୬୮.୫୪କୋଟି ଟଙ୍କା । ତେବେ ଏତେ ମହଙ୍ଗା ବିଦେଶଗସ୍ତ କାହିଁକି ? ୨୦୧୬ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୮ରେ ରାଜ୍ୟ ସରକାର ୪୩.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୨ରେ ଆୟୋଜିତ ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ କେତେ ଜଣ ଓଡ଼ିଆ ସଭା ମଞ୍ଚରେ ବସିଥିଲେ?

ସରକାର କହିଛନ୍ତି ୨୦୧୬ରେ ୫୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦ହଜାର ୩୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୮ରେ ୨୦୨ ପ୍ରକଳ୍ପରେ ୪.୨୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨ଲକ୍ଷ ୪୧ହଜାର ୫୧୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଆକଳନ ସରକାରଙ୍କ ଦ୍ୱାରା ଯାଞ୍ଚ କରାଯାଇଛି କି? ଯଦି କରାଯାଇଛି କାହା ଦ୍ୱାରା ଓ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେ ଜଣ ଓଡ଼ିଆ? କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଆୟୋଜନ ହେଉ ନାହିଁ? ଓଡ଼ିଶାରେ  କ’ଣ କୌଣସି ନିବେଶକ ନାହାନ୍ତି କି? ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ ୱିଣ୍ଡୋର ସୁବିଧା ଅଛି । ଯେଉଁମାନେ ଓଡ଼ିଶାରେ ଶିଳ୍ପସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେଏହି ବାର୍ତ୍ତା ବିସ୍ତାର ହେବ । ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ ।

ଓଡ଼ିଶାରେ ଏମ୍ଏସ୍ଏମ୍ଇକୁ ଆକର୍ଷିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି? ଓଡ଼ିଶାରେ ଡାଉନଷ୍ଟିମ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି? ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନଷ୍ଟିମ ଶିଳ୍ପ ପ୍ରତିଷ୍ଠା କରାାଇଛି? ସେଗୁଡିକ ମଧ୍ୟରୁ କେତୋଟ ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି? ଓଡ଼ିଶାରେ କେତୋଟିଏମ୍ଏସ୍ଏମ୍ଇ ଅଛି? ଓଡ଼ିଶାରେ ଥିବା ମୁଖ୍ୟ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି? ଏହାର ମୂଲ୍ୟ କେତେ? ଏହିସବୁଏମ୍ଏସ୍ଏମ୍ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି? ସରକାରଏମ୍ଏସ୍ଏମ୍ଇର ବହୁବିଧ ସମସ୍ୟାର ସମାଧାନ କରିବାକ ଚେଷ୍ଟା କରୁଛନ୍ତି କି? ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟଅପ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?

Leave A Reply

Your email address will not be published.