ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା । ସୁଜିତ ମହାପାତ୍ରଙ୍କୁ ଟିକେଟ୍ କାଟିବା ପରେ ଅସନ୍ତୁଷ୍ଟ ସମର୍ଥକ ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହାସହ ସୁଜିତଙ୍କ ସମର୍ଥକ ଉମା ରଥ ଗୋ-ବ୍ୟାକ୍ ନାରା ଦେଇଛନ୍ତି । ଗତକାଲି ସୁଜିତ ମହାପାତ୍ର ନାମାଙ୍କନ ଭରିଥିଲେ । ନାମାଙ୍କନର ପରଦିନ ଟିକେଟ୍ କାଟି ଦେଇଛି କଂଗ୍ରେସ । କାହିଁକି ଦଳ ତାଙ୍କ ଟିକେଟ୍ କାଟିଲା, ସେ ନେଇ ପ୍ରଶ୍ନ କରିଛନ୍ତି ସମର୍ଥକ । ପୁରୁଖା ନେତା ଉମ୍ମାବଲ୍ଲଭ ରଥଙ୍କ ଉପରେ କଂଗ୍ରେସ ଦଳ ଭରସା କରି ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ଭାବେ ଘୋଷଣା କରିଛି। ଯାହାକୁ ନେଇ ସୁଜିତ୍ ମହାପାତ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଦେଶ କଂଗ୍ରେସ ଷଡଯନ୍ତ୍ର କରି ତାଙ୍କ ଟିକେଟ୍ କାଟିଥିବା କହିଛନ୍ତି। ଦଳ ତାଙ୍କର ଟିକେଟ କାଟିଥିବାରୁ କର୍ମୀମାନେ ଉତକ୍ଷିପ୍ତ ହୋଇ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଦଳୀୟ ପୋଷ୍ଟର,,ପତାକା ଚିରିବା ସହ ହଲ୍ଲାବୋଲ ମଧ୍ୟ କରିଛନ୍ତି। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ