Masthead

ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲ: ଅମିତ ଶାହ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଚାନ୍ଦବାଲି ସଭାରୁ ଗର୍ଜିଲେ ଅମିତ ଶାହ । କହିଛନ୍ତି ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି । ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି । ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ । ବିଜେପିକୁ ଭୋଟ ଦିଅନ୍ତୁ, ସମୃଦ୍ଧ ଓଡ଼ିଶା ବନାଇବୁ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ, ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ । ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ । ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି?

ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ କି ନାହିଁ । ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ । ଖଣିଜ ସଂପଦରେ ଭରପୂର, ପାଣିରେ ଭର୍ତ୍ତି । କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ । ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି । ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି । ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ । ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଛନ୍ତି । ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି