Masthead

ନିର୍ବାଚନ ଭଣ୍ଡୁର କରିବାକୁ ସୀମାନ୍ତରେ ମାତିଲେଣି ମାଓବାଦୀ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ୨୦୨୪ ସଧାରଣ ନିର୍ବାଚନ ଭଣ୍ଡୁର କରିବାକୁ ସୀମାନ୍ତରେ ମାତିଲେଣି ମାଓବାଦୀ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଗାଁରେ ମାଓବାଦୀ ପୋଷ୍ଟର ଲଗାଇ ଉଭୟ ଭୋଟର ଓ ପ୍ରତିଦ୍ବନ୍ଦିତା କରୁଥିବା ନେତାଙ୍କୁ ଭୟଭୀତ କରୁଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କେ. ବଲାଙ୍ଗ ଥାନା ଗାଁରେ ବିଭିନ୍ନ ଜାଗାରେ ମାଓବାଦୀମାନେ ମାଓପୋଷ୍ଟର ଲଗାଇ ଭୋଟ ବର୍ଜନ ଧମକ ଦେଇଛନ୍ତି। ବଡ ବାଲିଜୋର, ସୋୟମ୍ବା, ରେଞ୍ଜଡ଼ା ଅଞ୍ଚଳରୁ କେ ବଲାଙ୍ଗ ପୁଲିସ ବିପୁଳ ମାଓପୋଷ୍ଟର ଜବତ କରିଛି। ପୋଷ୍ଟରରେ ଭୋଟ ମାଗି ଆସୁଥିବା ନେତାଙ୍କୁ ମାଡ଼ମାରି ଗାଁରୁ ତଡିଦେବାକୁ ଭୋଟରମାନଙ୍କୁ ଧମକ ଦିଆଯାଇଛି ।

ଏଥିସହ ଯେଉଁମାନେ ଭୋଟ ଦେବାକୁ ସୀମାନ୍ତ ଗାଁର ଲୋକମାନଙ୍କୁ ସଚେତନତା କରାଉଛନ୍ତି, ସେମାନଙ୍କୁ ପ୍ରଜାକୋର୍ଟରେ ଉଚିତ ଦଣ୍ଡ ଦିଆଯିବାକୁ ମଧ୍ୟ ପୋଷ୍ଟରରେ ଧମକ ଦିଆଯାଇଛି। ମାଓପୋଷ୍ଟର ମରାଯିବା ପରେ ସୀମାନ୍ତ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ ଓ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। କେ. ବଲାଙ୍ଗା ଥାନା ଅଞ୍ଚଳ ନୁହେଁ ଓଡ଼ିଶା-ଝାଡ଼ଖଣ୍ଡ ସରଣ୍ଡା ଓ କୋହ୍ଲାଣ ଜଙ୍ଗଲରେ ନକ୍ସଲ ସଙ୍ଗଠନର ନେତୃତ୍ବ ନେଉଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍ରି ବେଶ୍ରା ଓ ତାଙ୍କ ଘନିଷ୍ଠ ସହଯୋଗୀ। ସୀମାନ୍ତ ବିଶ୍ରା ଥାନା ନିକଟରୁ ସିଆର୍ପିଏଫ୍ କ୍ୟାମ୍ପ୍ ହଟିଯିବା ପରେ ସ୍ଥାନୀୟ ଅଞ୍ଚଳରେ ନକ୍ସଲ ସଙ୍ଗଠନର ଗତିବିଧି ପୂର୍ବ ଅପେକ୍ଷା ବେଶ ବଢ଼ିଯାଇଛି। ସରଣ୍ଡା ଓ କୋହ୍ଲାଣ ଜଙ୍ଗଲକୁ ବାଦ୍ ଦେଲେ ଭାଲୁଲତା, ଜରେଇକେଲାସ୍ଥ କୋପସିଂହା ସାପ୍ତାହିକ ହାଟ, ଅନ୍ୟ ବଜାରରେ ଝାଡ଼ଖଣ୍ଡର ନକ୍ସଲନେତା ଓ ତାଙ୍କର ସମର୍ଥକମାନେ ଏକାଠି ହେଉଛନ୍ତି।

ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ନିର୍ବାଚନକୁ ଭଣ୍ଡୁର କରିବାକୁ ବ୍ଲୁ’ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଯୋଜନାକୁ ବାସ୍ତବରୂପ ଦେବାକୁ ନକ୍ସଲ ନେତା ମିସ୍ରି ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ଦାୟିତ୍ବ ଦେଉଛନ୍ତି। ନିର୍ବାଚନ ଖର୍ଚ୍ଚ ପାଇଁ ନେତାମାନଙ୍କୁ ଯେତିକି ଟଙ୍କା ଦେଉଛନ୍ତି, ସେତିକି ଟଙ୍କା ନକ୍ସଲ ସଙ୍ଗଠନକୁ ବି ଦେବାକୁ ବ୍ୟବସାୟୀ ଓ ଠିକାଦାରଙ୍କୁ ଧମକଚମକ ଦେଉଛନ୍ତି। ଯେଉଁମାନେ ଦାବିମୁତବାକ ଚାନ୍ଦା ଦେଉ ନାହାନ୍ତି, ସେମାନଙ୍କୁ ଟାର୍ଗେଟରେ ରଖୁଛନ୍ତି। ଗତ ୭ ମାସ ମଧ୍ୟରେ ଯବାନ ଓ ନକ୍ସଲ ଗୁଳିବିନିମୟରେ ୧୦ରୁ ଅଧିକ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ ସାରିବାକୁ ସୀମାନ୍ତରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି