Masthead

ପିପିଲିରେ ପ୍ରତିଦ୍ୱନ୍ଦୀ ନୁହେଁ ହେବ ମହାରଥୀ ଫ୍ୟାମିଲି ଯୁଦ୍ଧ

ପିପିଲି(ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନିତୀର ହଟସ୍ପଟ୍ ସିଟ ପିପିଲି । ଚଳିତ ନିର୍ବାଚନରେ ଆହୁରି ହେବାକୁ ଯାଉଛି ରୋଚକ । ମୁହାଁମୁହିଁ ହେବେ ସ୍ୱାମୀ ଓ ସ୍ତ୍ରୀ । ବର୍ଷିୟାନ ରାଜନେତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଫ୍ୟାମିଲିରେ ହେବାକୁ ଯାଉଛି ଡ୍ରାମା । ବିଧାୟକ ଥିବା ସମୟରେ ତାଙ୍କ ଦେହାନ୍ତ ପରେ ଅନୁଷ୍ଠିତ ଉପ ନିର୍ବାଚନରେ ବି ପରିବାରରେ ବି ଦେଖାଦେଇଥିଲା ଇଲେକ୍ସନ ଲଢିବାକୁ ନେଇ ଦ୍ୱନ୍ଦ ! ଏବେ କିନ୍ତୁ ଦାଣ୍ଡରେ ପଡି ହାଟରେ ଗଡିଲାଣି ପରିବାର କଳି । ମହାରଥୀଙ୍କ ପୁଅ ତଥା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶାସକ ବିଜେଡିରୁ ୨୪ ନିର୍ବାଚନରେ ଟିକେଟ ପାଇ ନାମାଙ୍କମ ଭରି ଥିବାବେଳେ ସ୍ତ୍ରୀ ତଥା ମହାରଥୀଙ୍କ ବୋହୂ ଜାଗୃତି ପଣ୍ଡାଙ୍କର ରାଜନିତୀକ ଇଛା ଥିବା ସ୍ୱତେ ତାଙ୍କୁ କିଛି ବି ଦଳରୁ ଟିକେଟ ମିଳିନଥିଲା ।

ଯାହାପାଇଁ କୁହାଯାଉଛି ସେ ନିରାଶ ହେବା ପରେ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । ଯାହାକୁ ନେଇ ଏବେ ପିପିଲି ନିର୍ବାଚନ ମଣ୍ଡଳୀରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରଦୀପ ଥିବା ତକ ପରିବାରରେ ସବୁ ଠିକ୍ଠାକ ଚାଲୁଥିଲା । ତାଙ୍କ ବିୟୋଗ ପରେ ଏବେ ପରିବାରରେ ଆଉ ନାହିଁ କି ଏକତା ? କାହିଁକି ଭରିଲେ ସ୍ତ୍ରୀ ନାମାଙ୍କନ? କ’ଣ ରହିଛି କାରଣ । ତାଙ୍କୁ ଟିକେଟ ମିଳିବାରୁ ଜାଗୃତି ଥିଲେ କି ନାରାଜ ? ଯାହା ପାଇଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ମହାରଥୀ ପିପିଲିରେ ଯାହିର କରିଆସୁଥିବା ଦବଦବାରେ ଏବେ କ’ଣ ପଡିଯିବ କି ପୂର୍ଣ୍ଣଛେଦ? ନିଜର ବୁଦ୍ଧିମତରେ ମତଦାତାଙ୍କୁ ଏକତ୍ରୀତ କରି ରଖିଥିବା ଭୋଟରଙ୍କର ହେବ କ’ଣ ? ପ୍ରତିଦ୍ୱନ୍ଦୀଙ୍କ ସହ ଲଢିଆସୁଥିବା ପରିବାର କ’ଣ ଏବେ ନିଜ ନିଜ ଭିତରେ କରିବେ କି ଫାଇଟ । ଯାହାର ଫାଇଦା ନେବେ କି ବିରୋଧୀ ? ଏଠି ପ୍ରଶ୍ନ ଉଠୁଛି କାହଁକି ପରିବାରରେ ଏ ଫାଟ ? ଯଦି ଘର ନାହିଁ ଏକାଠୀ ତେବେ ଭୋଟର କରିବେ କ’ଣ ?

ତଥ୍ୟ ଅନୁସାରେ କୁହାଯାଇ ପାରେ ଏବେ ସେଠାରେ ବିରୋଧୀ ଦଳ ସକ୍ରିୟ ଅଛନ୍ତି । ଯାହା ରୁଦ୍ରଙ୍କ ବିଜୟ ପଥରେ ଲଗାଇ ପାରେ ରୋକ୍ । ଯାହା ପାଇଁ ଏହା ବିରୋଧୀଙ୍କୁ ଚେକ୍ ଦେବା ପାଇଁ ପ୍ଲାନ କି ? ଯଦି ଏହା ହୋଇଥାଏ ବିରୋଧୀ କେତେ ନିଜକୁ ପ୍ରସ୍ତୁତି କରିପାରୁଛନ୍ତିି । ମାହାରଥୀ ପରିବାରର ସ୍ଥିତି ଭିତରେ ତାଙ୍କ ପରିବାରର ବିଜୟ ଯାତ୍ରାରେ ରୋକ ଲଗାଇ ପାରି, ୨୪ ଆସନ ଛଡାଇ ନେବାରେ ବିରୋଧୀ ହେବେ କେତେ ସକ୍ଷମ । ନା ପୁଣି ଏ ପାରିବାରିକ ଦ୍ୱନ୍ଦ୍ୱ ଭିତରେ ରୁଦ୍ର ବାଜି ମାରିନେବେ । କିନ୍ତୁ ସବୁଠୁ ବଡ କଥା ଭୋଟର ହିଁ କରିବେ ତାଙ୍କର ନେତା ଚୟନ । ଏ ଦ୍ୱନ୍ଦ ଯଦି ସତ ପ୍ରମାଣିତ ହୁଏ ଆଉ ମଇଦାନରେ ପ୍ରତିଦ୍ୱନ୍ଦୀଙ୍କ ସହ ନ ଫାଇଟ କରି ପାରିବାରିକ ଇଲେକ୍ସନ ଲଢେଇ ହୁଏ ତେବେ କାହା ସପକ୍ଷରେ ଜନମତ ଦେବେ ଜନତା ତାହାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି