Masthead

ଓଲଟିଗଲା ପ୍ରଶ୍ନପତ୍ର ହେଲା ବିଶୃଙ୍ଖଳା

କଟକ (ବଡ଼ ଖବର ବ୍ୟୁରୋ): କଟକ ବୋର୍ଡ ସ୍କୁଲରେ ରେଗୁଲାର ଛାତ୍ରଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦେବା ନେଇ ବିଶୃଙ୍ଖଳା ଦେଖାଦେଇଥିବା ସୂଚନା ମିଳିଛି। ଏଠାରେ ରେଗୁଲାର ପିଲାଙ୍କୁ ଦିଆଯାଇଥିଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର । ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇଥିଲା। ପରୀକ୍ଷାରେ ହୋଇଥିବା ଏହି ତ୍ରୁଟିକୁ ସ୍ୱୀକାର କରିଛନ୍ତି କଟକ ବୋର୍ଡ ହାଇସ୍କୁଲ୍ କର୍ତ୍ତୃପକ୍ଷ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ଭୁଲରେ ୨୦ ଜଣ ପିଲାଙ୍କୁ ଭୁଲ୍ ପ୍ରଶ୍ନପତ୍ର ଦିଆଯାଇଥିଲା। କିନ୍ତୁ ଆମେ ସଙ୍ଗେ ସଙ୍ଗେ ତ୍ରୁଟି ସୁଧାରି ଦେଇଥିଲୁ। ଏଥିରେ ପିଲାମାନଙ୍କର କିଛି ଅସୁବିଧା ହୋଇନାହିଁ। ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି। ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏମାନେ ସମସ୍ତେ ପୂର୍ବରୁ ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷା ଦେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’