Masthead

ଚାନ୍ଦବାଲି ବିଧାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିଧାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ । ମେଡିକାଲରୁ ସେୟାର କଲେ ଭିଡିଓ । ମୁଁ ମଲେ ବିଧାୟକ ଦାୟୀ , ଯଦି ମୁଁ ମରିଯାଏ ବାପି ରାଏ ଏବଂ ମୋ ସ୍ୱମୀ ଦାୟୀ ହେବେ’ ବୋଲି କହିଛନ୍ତି ମାନସୀ ସାହୁ । ଚାନ୍ଦବାଲି ରାଜନୀତି ଏବେ ସରଗରମ ହେବାରେ ଲାଗିଛି ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି ବଡବଡ଼ ନେତା ଏବଂ କର୍ମୀ ।ସୂଚନା ମୁତାବକ ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ୪ଯୁବ ନେତା ବିଜେଡି ଦଳ ଛାଡି ବିଜେପିର ଦଳରେ ଯୋଗ ଦେଇଥିଲେ ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ  ରାଏ ନିଜର ଫେସବୁକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଚାନ୍ଦବାଲି ବ୍ଲକ ୨ନଂ ଜୋନର ଜିଲ୍ଲା ପରିଷଦ ଯଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ମାନସୀ ସାହୁଙ୍କ ସ୍ୱାମୀ ରଞ୍ଜନ ସାହୁଙ୍କ ଫୋଟ ଛାଡି ଥିବା ନେଇ ଚାନ୍ଦବାଲି ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ଅନ୍ୟପଟେ ପୂର୍ବତନ ବ୍ଲକ ଚେୟାରମ୍ୟାନ ମାନସୀ ସାହୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ମାଁ ମେଡିକାଲରେ ଅଛି ଚିକିତ୍ସାଧୀନ ଅବସ୍ଥାରେ ଅଛି ଯଦି ମୋର କିଛି ହୋଇଯାଏ କିମ୍ବା ମରିଯାଏ ସେଥିପାଇଁ ଚାନ୍ଦବାଲି ବିଧାୟକ ବାପି ରାଏ ଏବଂ ମୋ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା